Advertisement

କଟକ ବାଲିଯାତ୍ରା ପଡ଼ିଆରେ ହେବ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ

କଟକ, ୫।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥିସହ ୨ ଉପମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ର ମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି। ଉପର ବାଲିଯାତ୍ରା ପଡ଼ିଆରେ ଶନିବାର ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଟ୍ରାଫିକ , ପାର୍କିଂ, ଜଳ ଯୋଗାଣ , ବିଦ୍ୟୁତ ସଂଯୋଗୀକରଣ ଦିଗ ଉପରେ ଆଲୋଚନା କରାଯାଇଛି। ରାଜ୍ୟର ସମସ୍ତ ୧୪୦୫ ପିଏଚ୍‌ସିରେ ଏହାର ସିଧା ପ୍ରସାରଣ କରାଯିବ। ଆସନ୍ତା ୧୧ ତାରିଖରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ହେବା ପାଇଁ ସୂଚନା ରହିଥିଲା। କିନ୍ତୁ ସମୟ ଓ ତାରିଖ ସମ୍ପର୍କରେ ବିଧିବଦ୍ଧ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share