ଜାତୀୟ ଯୁବ ବାସ୍କେଟବଲ ପ୍ରତିଯୋଗିତାରେ ଭଦ୍ରକରୁ ଆୟୁଷ୍ମାନ

ଉଦ୍ରକ,୯।୪(ସନାତନ ରାଉତ)- ପୁଡ଼ୁଚେରୀ ରାଜୀବଗାନ୍ଧି ଷ୍ଚାଡ଼ିୟମରେ ଆରମ୍ଭ ହେବାକୁ ଯାଉଥିବା ୩୮ତମ ଜାତୀୟ ଯୁବ (୧୬ ବର୍ଷରୁ କମ) ବାସ୍କେଟବଲ ପ୍ରତିଯୋଗିତା ୯ ଏପ୍ରିଲରୁ ଆରମ୍ଭ ହୋଇ ୧୫ ଏପ୍ରିଲରେ ଶେଷ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଘୋଷଣା କରାଯାଇଥିବା ଓଡିଶାର ୧୨ ଜଣ ବାସ୍କେଟବଲ ଖେଳାଳୀ ଙ୍କ ମଧ୍ୟରେ ଭଦ୍ରକ ଜିଲାରୁ ଆୟୁଷ୍ମାନ ନାୟକ ସ୍ଥାନ ପାଇଛନ୍ତି। ଜିଲା ଆଥଲେଟିକ ସଂଘର ସମ୍ପାଦକ ଧୀରେନ ପଲାଇ, ବାସ୍କେଟବଲ କୋଚ ମନୋଜ କୁମାର ସାହୁ ଓ ସମସ୍ତ ବରିଷ୍ଠ ଖେଳାଳିମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଭଲ ଖେଳ ପ୍ରଦର୍ଶନ ପାଇଁ ଶୁଭକାମନା ଜଣାଇଛନ୍ତି l ଆୟୁଷ୍ମାନ ମଧ୍ୟ ବିଦ୍ୟାଳୟ ସ୍ତରରେ, ଜାତୀୟ ସ୍ତରୀୟ ସ୍କୁଲ ବାସ୍କେଟବଲ ପ୍ରତିଯୋଗିତା ନିମନ୍ତେ ମନୋନୀତ ହୋଇଛନ୍ତି। ଆସନ୍ତା ୨୪ ଏପ୍ରିଲରୁ ହରିୟାଣାରେ ଆରମ୍ଭ ହେବ। ଆୟୁଷ୍ମାନଙ୍କ ଘର ଭଦ୍ରକ ଜିଲା ତିହିଡି ବ୍ଲକ ଅନ୍ତର୍ଗତ ପିରାହାଟ ସ୍ଥିତ ଛତ୍ରପୁର ଗ୍ରାମରେ। ତାଙ୍କ ବାପାଙ୍କ ନାମ ପ୍ରଶାନ୍ତ କୁମାର ନାୟକ ଓ ମାତାଙ୍କ ନାମ ବିଳାସିନି ନାୟକ, ଆୟୁଷ୍ମାନ ଅଧୁନା ଓଡିଏମ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଆୟୁଷ୍ମାନ ଭଦ୍ରକ ଶିଶୁମ଼ନ୍ଦିରରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବାବେଳେ ତାଙ୍କର ବାସ୍କେଟ ଖେଳ କୋଚ କ୍ରୀଡା ଶିକ୍ଷକ ମନୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆରମ୍ଭ କରିଥିଲେ।