ମୁମ୍ବାଇ: ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନା ନିକଟରେ ଏକ ସାକ୍ଷାତ୍କାରରେ ନିଜ ଫିଲ୍ମ କ୍ୟାରିୟରକୁ ନେଇ ବିସ୍ତୃତ ମତ ରଖିଥିଲେ। ପିତାଙ୍କ ପରାମର୍ଶ ମାନି ବଲିଉଡ୍ରେ ସଫଳତା ପାଇପାରିଥିବା ସେ ଏହି ଅବସରରେ କହିଛନ୍ତି। ସୁପରଷ୍ଟାର୍ ହେବା ପାଇଁ ପ୍ରଥମେ ଜଣେ ଅଭିନେତାଙ୍କୁ ସୁପର ସ୍କ୍ରିପ୍ଟ ବାଛିବାକୁ ପଡ଼ିବ ବୋଲି ପିତା ତାଙ୍କୁ ପରାମର୍ଶ ଦେଇଥିବା ଆୟୁଷ୍ମାନ୍ ଏହି ସାକ୍ଷାତ୍କାରରେ ପ୍ରକାଶ କରିଛନ୍ତି। ଭଲ ସ୍କ୍ରିପ୍ଟ ବାଛିଲେ ହିଁ ସମ୍ପୃକ୍ତ ଚଳଚ୍ଚିତ୍ରକୁ ଭାରତୀୟ ଦର୍ଶକ ବଡ଼ ପରଦାରେ ଦେଖିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ପିତାଙ୍କ ପରାମର୍ଶକୁ ସେ ସର୍ବଦା କାର୍ଯ୍ୟକାରୀ କରିଥିବା କହିଛନ୍ତି। ଏହି ପରାମର୍ଶକୁ ମାନି ସେ ସବୁବେଳେ ଭଲ ସ୍କ୍ରିପ୍ଟ ଥିବା ଫିଲ୍ମକୁ ବାଛି ଅଭିନୟ କରିଥିବା କହିିଛନ୍ତି। ଯେଉଁ ସ୍କ୍ରିପ୍ଟଗୁଡ଼ିକ ହୃଦୟସ୍ପର୍ଶୀ ହେବା ସହ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବ ଏବଂ ଯଦ୍ଦ୍ବାରା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆସିବାର ସମ୍ଭାବନା ଥିବ, ସେଭଳି ଚଳଚ୍ଚିତ୍ରକୁ ସେ ସାଇନ୍ କରୁଥିବା ଆୟୁଷ୍ମାନ କହିଛନ୍ତି। ପିତାଙ୍କ ଏହି ଉପଦେଶ ମାନି ବଲିଉଡ୍ ଇଣ୍ଡଷ୍ଟ୍ରିରେ ସେ ସଫଳତା ପାଇପାରିଥିବା ଆୟୁଷ୍ମାନ୍ କହିଛନ୍ତି। ୨୦୧୨ରେ ରୋମାଣ୍ଟିକ କମେଡି ଚଳଚ୍ଚିତ୍ର ‘ଭିକି ଡୋନର’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ଆୟୁଷ୍ମାନ ବହୁ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରିଛନ୍ତି।