Categories: ଜାତୀୟ

ବଢ଼ିପାରେ ଆୟୁଷ୍ମାନ ଭାରତ ବୀମା ରାଶି

ନୂଆଦିଲ୍ଲୀ,୧୭ା୧: ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଲୋକଙ୍କୁ ଏକ ବଡ଼ ଭେଟି ଦେବାକୁ ଯାଉଛନ୍ତି।  ପିଟିଆଇ ରିପୋର୍ଟ ଅନୁଯାୟୀ, ସରକାର ଏକ ବିଶେଷ ପ୍ରକାରର ପ୍ରସ୍ତାବ ଉପରେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନାର ବୀମା ରାଶି ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି।

ଫେବୃଆରୀ ୧ରେ ବଜେଟ ଉପସ୍ଥାପନ କରିବା ବେଳେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ। ଏହା ବ୍ୟତୀତ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ସ୍ବାସ୍ଥ୍ୟ ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ମଧ୍ୟ ବିଚାର କରୁଛି। ଏଥିରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା, ହିତାଧିକାରୀ, ନିର୍ମାଣ ଶ୍ରମିକ, ଅଣ-ଖଣି କର୍ମଚାରୀ ଏବଂ ଆଶା କର୍ମୀଙ୍କୁ ମଧ୍ୟ ଆସନ୍ତା ତିନି ବର୍ଷ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବ।

ରିପୋର୍ଟ ଅନୁଯାୟୀ, କ୍ୟାନସର ଭଳି ଅନେକ ଗମ୍ଭୀର ରୋଗର ଉପଶମ ପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବ ଅନୁଯାୟୀ ପରିବାର ପ୍ରତି ବୀମାରାଶିକୁ ୫ ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ ହେଉଛି।

Share