ସ୍ତ୍ରୀ ରୋଗ ବିଶେଷଜ୍ଞ ହୋଇ ଅଡୁଆରେ ପଡିଲେ ଆୟୁଷ୍ମାନ

ମୁମ୍ବାଇ: କିଛିଦିନ ହେବ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ମୁଭି ‘ଡକ୍ଟର ଜି’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ପ୍ରଶଂସକ ବଡ ଉତ୍ସୁକତାର ସହ ଏହି ମୁଭିକୁ ଅପେକ୍ଷା ରଖିଛନ୍ତି । କିଛିଦିନ ତଳେ ଫିଲ୍ମର ନୂଆ ପୋଷ୍ଟର ରିଲିଜ କରଯାଇଥିବା ବେଳେ ମଙ୍ଗଳବାର ଅର୍ଥାତ୍ ସେପ୍ଟେମ୍ବର ୨୦ରେ ଏହାର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଜଣେ ଡାକ୍ତର ଭାବେ ଆୟୁଷ୍ମାନ କି କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଦେଖାଯାଇଛି । ଚିକିତ୍ସାରେ ଅସନ୍ତୁଷ୍ଟ ହୋଇ କେତେବେଳେ ରୋଗୀଙ୍କ ଘର ଲୋକେ ଡାକ୍ତରଙ୍କୁ ପିଟୁଛନ୍ତି ତ ପୁଣି କେତେବେଳେ ଡାକ୍ତର ଜୀଙ୍କୁ ଗାଳି ଖାଇବାକୁ ପଡୁଛି ।
ଏହା ଏକ କ୍ୟାମ୍ପସ କମେଡି ଡ୍ରାମା ମୁଭି । ଏଥିରେ ପ୍ରଥମ ଥର ଆୟୁଷ୍ମାନ ଖୁରାନା ଜଣେ ଗାୟନୋକୋଲଜିଷ୍ଟ (ସ୍ତ୍ରୀ ରୋଗ ବିଶେଷଜ୍ଞ) ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମରେ ଅଭିନେତା ‘ଉଦୟ ଗୁପ୍ତା’ ଚରିତ୍ରରେ ନଜର ଆସିଛନ୍ତି । ଆଉ ତାଙ୍କର ସରନେମ ଅନୁଯାୟୀ, ଫିଲ୍ମର ନାମ ରଖାଯାଇଛି ।

ଟ୍ରେଲରରେ ଆୟୁଷ୍ମାନ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଯେଉଁ ସବୁ ଅସୁବିଧା ଭୋଗୁଛନ୍ତି ତାହା ଦର୍ଶାଯାଇଛି । ସେ ଅର୍ଥୋପେଡିକ ବା ଅସ୍ଥିଶଲ୍ୟ ବିଶେଷଜ୍ଞ ହେବାକୁ ଚାହୁଁଥିବା ବେଳେ ତାଙ୍କୁ ଗାୟନେକୋଲୋଜି ଫିଲ୍ଡ ମିଳୁଛି । ମନ ମାରି ସେ ଯେକୌଣସି ମତେ ତାଙ୍କ କାର୍ଯ୍ୟ ତୁଲାଇବାକୁ ପ୍ରୟାସ କରୁଛନ୍ତି । ହେଲେ କେବେ ରୋଗୀଙ୍କଠାରୁ ତ ପୁଣି କେବେ ତାଙ୍କ ମାଆଙ୍କଠାରୁ ଗାଳି ଶୁଣିବାକୁ ପଡୁଛି । ଡାକ୍ତର ଜୀରେ ଶିବା ଚଢା ଆୟୁଷ୍ମାନଙ୍କ ମାଆ ଭୂମିକାରେ ନଜର ଆସିଛନ୍ତି । ହେଲେ ସେ ତାଙ୍କ ପୁଅ ଗାୟନାକୋଲୋଜିଷ୍ଟ ହୋଇଥିବାର ସବୁବେଳେ ସେ ତାଙ୍କ ଉପରେ ଅସନ୍ତୁଷ୍ଟ ହେଉଛନ୍ତି ।
ୱେବ ସିରିଜ ଦିଲ୍ଲୀ କ୍ରାଇମ ଫେମ ଶେଫାଳି ଶାହା ବି ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ସେ ଏଥିରେ ଜଣେ ସିନିୟର ଡାକ୍ତର ଭୂମିକାରେ ନଜର ଆସିଛନ୍ତି, ଯିଏ ଆୟୁଷ୍ମାନ ଖୁରାନାଙ୍କ ବିଭାଗର ମୁଖ୍ୟ ଡାକ୍ତର । ଆୟୁଷ୍ମାନ ତାଙ୍‌କ ନିକଟରେ ବାରମ୍ବାର ଅଭିଯେରାଗ କରୁଛନ୍ତି କି ଜଣେ କପୁରୁଷ ଭାବେ ଗାୟନାକୋଲୋଜିଷ୍ଟ ହେବା ତାଙ୍କୁ ଓ ସମାଜକୁ ଖୁବ୍ ଅଜବ ଲାଗୁଛି । ଟ୍ରେଲରର ଏହି ସିନ୍ ସମାଜର ମେଲ ଗାୟନାକୋଲୋଜିଷ୍ଟଙ୍କୁ ନେଇ ରୁଢିବାଦୀ ଚିନ୍ତାଧାରା ଉପରେ କଟାକ୍ଷ କରୁଛି ।

Share