ଆୟୁଷ୍ମାନଙ୍କ ମୁହଁରେ ଲାଗିଥିବା କେକ୍‌କୁ ଏମିତି ସଫାକଲେ ତାହିରା କଶ୍ୟପ

ମୁମ୍ବାଇ: ବଲିଉଡ୍ ନାୟକ ଆୟୁଷ୍ମାନ ଖୁରାନା ସୋମବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଫଟୋରେ ରାଇଟର, ଫିଲ୍ମମେକର ତଥା ଆୟୁଷ୍ମାନଙ୍କ ପତ୍ନୀ ତାହିରା କଶ୍ୟପ ନଜର ଆସିଛନ୍ତି । ଅବଶ୍ୟ ଫଟୋଟିକୁ ତାହିରା ପୋଷ୍ଟ କରିଛନ୍ତି । ଆଉ ଏହି ଫଟୋରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ତାହିରା । ଏଥିରେ ଆୟୁଷ୍ମାନଙ୍କ ମୁହଁରେ ବାର୍ଥଡେ’ କେକ୍ ଲାଗିଥିବା ବେଳେ ତାହିରା ଜିଭ ଲଗାଇ ଏହାକୁ ସଫା କରୁଥିବା ଦେଖାଯାଇଛି । ଏହି ଫଟୋ ଶେୟାର କରି ତାହିରା ଲେଖିଛନ୍ତି, ଏହା ହେଉଛି ମୋ କେକ୍ ଆଉ ମୁଁ ଏହାକୁ ଖାଉଛି #happybirthdaysoulmate ଲେଖି ତାହିରା ଆୟୁଷ୍ମାନଙ୍କୁ ବାର୍ଥ ଡେ’ ୱିସ କରିଛନ୍ତି । ତାହିରାଙ୍କ ଏହି ପୋଷ୍ଟରେ ବହୁ ବଲିଉଡ୍ ସେଲିବ୍ରିଟି ଆୟୁଷ୍ମାନଙ୍କୁ ଜଦ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ନେହା ଧୂପିଆ, ଶିଳ୍ପା ସେଟ୍ଟୀ, ଅଙ୍ଗଦ ବେଦୀ ଆଦି ଆୟୁୂଷ୍ମାନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

Share