ଆୟୁଷ୍ମାନ କହିଦେଲେ ଗୁମର

ବମ୍ବେ: କଥାରେ ଅଛି ସତ କେବେ ଲୁଚି ରହେନା। ସେପରି କିଛି ଘଟିଛି ଅଭିନେତା ବିକ୍କି କୌଶଲଙ୍କ କ୍ଷେତ୍ରରେ। କିଛିଦିନ ଧରି ବିକ୍କିଙ୍କ ଅଭିନେତ୍ରୀ କଟ୍ରିନା କୈଫଙ୍କୁ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ହେଲେ ଉଭୟ ଏ ନେଇ ଚୁପ୍‌ ରହି ଆସୁଥିଲେ। ଏବେ କିନ୍ତୁ ଆୟୁଷ୍ମାନ ଖୁରାନ୍ନା ସମ୍ପର୍କ ଉପରେ ମୋହର ମାରିଛନ୍ତି।

ଆୟୁଷ୍ମାନ ନିଜର ଫିଲ୍ମ ‘ଚଣ୍ଡିଗଡ଼ କରେ ଆଶିକି’ ପ୍ରମୋଶନରେ ଏବେ ବ୍ୟସ୍ତ। ନିକଟରେ ସେ ଆର୍‌ଜେ କାନନ୍‌ଙ୍କ ସହ ସାକ୍ଷାତକାରେ ବିକ୍କି-କଟ୍ରିନାଙ୍କ ବିଷୟରେ କହିଛନ୍ତି । ଜୀବନରେ ସୁଯୋଗ ମିଳିଲେ କେଉଁ ଅଭିନେତ୍ରୀଙ୍କୁ ଡେଟ୍‌ରେ ନେଇ ଯିବାକୁ ପସନ୍ଦ କରିବେ ପ୍ରଶ୍ନରେ କଟ୍ରିନାଙ୍କ ନାମ ସାମିଲ ଥିଲା। ଏହାର ଜବାବ ଦେଇ ବିକ୍କି କହିଥିଲେ, ସେ ତ ପୂର୍ବରୁ ଯାଇ ସାରିଛନ୍ତି। ହଁ। ବିକ୍କି ପଞ୍ଜାବୀ। ତେଣୁ ତାଙ୍କର ପଞ୍ଜାବୀ କନେକ୍ଟ ନିଶ୍ଚୟ ଥିବ ।

କହିରଖୁଛୁ, ବିକ୍କି-କଟ୍ରିନା ଦୁଇଥର ବିବାହ କରିବେ। ଏହି ଯୋଡ଼ି ଆସନ୍ତା ସପ୍ତାହରେ ବମ୍ବେରେ କୋର୍ଟ ମ୍ୟାରେଜ୍‌ କରିବେ। ଏହାପରେ ସେମାନେ ରାଜସ୍ଥାନରେ ରୟାଲ ଓ୍ବେଡିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ।

Share