ପରପାରିରେ ଆୟୁଷ୍ମାନ ଖୁରାନାଙ୍କ ପିତା

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ପିତା ତଥା ଜ୍ୟୋତିଷାଚାର୍ଯ୍ୟ ପି ଖୁରାନାଙ୍କର ମୋହାଲିରେ ପରଲୋକ ହୋଇଯାଇଛି। ଏହି ସୂଚନା ନିଜେ ଅଭିନେତା ଆୟୁଷ୍ମାନ ଖୁରାନା ଦେଇଛନ୍ତି। ପି ଖୁରାନା ଆୟୁଷ୍ମାନଙ୍କ ବ୍ୟତୀତ ଅପାରଶକ୍ତି ଖୁରାନାଙ୍କର ବି ପିତା। ଶୁକ୍ରବାର ପି ଖୁରାନାଙ୍କର ପରଲୋକ ହୋଇଛି।

ଆୟୁଷ୍ମାନ ଖୁରାନାଙ୍କ ପରିବାର ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଆମେ ଜଣାଇବାକୁ ଚାହୁଁଛୁ ଯେ ଆୟୁଷ୍ମାନ ଏବଂ ଅପାରଶକ୍ତି ଖୁରାନାଙ୍କ ପିତା ତଥା ଜ୍ୟୋତିଷ ପି ଖୁରାନାଙ୍କର ଶୁକ୍ରବାର ସକାଳ ୧୦ଟା ୩୦ରେ ମୋହାଲିରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଏହି ବ୍ୟକ୍ତିଗତ କ୍ଷତିରେ ଯେଉଁମାନେ ଆମକୁ ଶକ୍ତି ଦେଇଛନ୍ତି ଆମେ ସେମାନଙ୍କ ନିକଟରେ କୃତଜ୍ଞ।

Share