ଲାଲ୍‌ ରଙ୍ଗର ସାଲଓ୍ବାର ସାଙ୍ଗକୁ ଲମ୍ବା କେଶ: ଭାଇରାଲ ହେଉଛି ଆୟୁଷ୍ମାନଙ୍କ ଯୁବତୀ ବେଶ…

ବମ୍ବେ: ଆଗାମୀ ଫିଲ୍ମ ‘ଡ଼୍ରିମଗର୍ଲ-୨’ ଲାଗି ଘୋଷଣା ପରେ ଶୁଟିଂ ଆରମ୍ଭ କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା। ଯୁବତୀ ବେଶରେ ତାଙ୍କୁ ସ୍ପଟ୍‌ ମଧ୍ୟ କରାଯାଇଛି। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଲାଲ ରଙ୍ଗର ସାଲଓ୍ବାର କମିଜ୍‌ ପିନ୍ଧିଥିବା ନଜର ଆସିଛନ୍ତି ସେ। କେବଳ ଏତିକି ନୁହେଁ ତାଙ୍କ ଲମ୍ବା କେଶ ଲୁକ୍‌କୁ କମ୍ଳିମେଣ୍ଟ ଦେଉଛି। ଆୟୁଷ୍ମାନ ଫିଲ୍ମରେ ‘ପୂଜା’ ନାମକ ଚରିତ୍ରରେ ନଜର ଆସିବେ। ଏଣୁ ସେ ଶୁଟିଂ ଆରମ୍ଭ କରିଦେଇଥିବା ସ୍ପଷ୍ଟ ହୋଇଛି।

ତେବେ ଫିଲ୍ମରେ ଅଭିନେତାଙ୍କ ବ୍ୟତିତ ମନଜୋତ ସିଂହ, ଅନନ୍ୟା ପାଣ୍ଡେ, ପରେଶ ରାଓ୍ବଲ, ବିଜୟ ରାଜ, ଅନୁ କପୁରଙ୍କ ଭଳି କଳାକାର ନଜର ଆସିବେ। ଏହାଛଡ଼ା ତାଙ୍କ ନାୟିକା ଭୂମିକାରେ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିବ। ଏହାବ୍ୟତିତ ଆୟୁଷ୍ମାନଙ୍କ ଫିଲ୍ମ ‘ଡକ୍ଟର ଜି’ ଏବେ ରିଲିଜ ଅପେକ୍ଷାରେ। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା। ଚଳଚ୍ଚିତ୍ରରେ ଜଣେ ଗାଇନୋକୋଲୋଜିଷ୍ଟ ଭୂମିକାରେ ନଜର ଆସିବେ ସେ। ଏଥିରେ ତାଙ୍କ ନାୟିକା ସାଜିଛନ୍ତି ରକୁଲପ୍ରିତ। ଅକ୍ଟୋବର ୧୪ରେ ଏହା ସିନେମାଘରେ ରିଲିଜ ହେବ। ଦର୍ଶକ ଟ୍ରେଲରକୁ ପସନ୍ଦ କରିବା ପରେ ରିଲିଜ ପରେ ଏହା ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।

Share