ରିଲିଜ ହେଲା ‘ଡ୍ରିମ ଗର୍ଲ ୨’ର ଟିଜର

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ହୋଲି ଅବସରରେ ପ୍ରଶଂସକଙ୍କୁ ଏକ ଖାସ୍ ଉପହାର ଦେଇଛନ୍ତି । କିଛିଦିନ ହେବ ପ୍ରଶଂସକ ଅପେକ୍ଷା ରଖିଥିବା ମୁଭି ‘ଡ୍ରିମ ଗର୍ଲ ୨’ର ଟିଜର ରିଲିଜ ହୋଇଛି । ଆୟୁଷ୍ମାନ ତାଙ୍କ ଇନଷ୍ଟାଗ୍ରାମରେ ଟିଜରଟିକୁ ରିଲିଜ କରିଛନ୍ତି । ଏଥିରେ ଆୟୁଷ୍ମାନଙ୍କ ଲୁକ୍‌କୁ ଦେଖି ପ୍ରଶଂସକଙ୍କ ଏକ୍ସାଇଟମେଣ୍ଟ ଆହୁରି ବଢି ଯାଇଛି ।
ଆୟୁଷ୍ମାନ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଟିଜରକୁ ରିଲିଜ କରିଛନ୍ତି । ଟିଜରରେ ଆୟୁଷ୍ମାନ ପୂଜା ଭୂମିକାରେ ତାଙ୍କ ଇଣ୍ଟ୍ରୋ ଦେଉଥିବା ଦେଖାଯାଇଛି । ଏଥିରେ ସେ କହୁଛନ୍ତି, ତୁମେ କିଏ, ଯାହା ଉପରେ ରଣବୀର କପୁର କହିଥିଲେ ଯେ ତୁମେ ମୋ ସ୍ୱରକୁ ଚିହ୍ନି ନାହଁ । ଆୟୁଷ୍ମାନ ଉତ୍ତର ଦେଉଛନ୍ତି, ମୁଁ ତୁମକୁ ଚିହ୍ନିଲି, ତୁମେ ଏକ ନମ୍ବର ମିଥ୍ୟାବାଦୀ, ମୋତେ ବିବାହ ଆଉ କାହା ସହିତ ବିବାହ କରିବାକୁ ପ୍ରତିଜ୍ଞା କର । ପଛରୁ ଆଲିଆ ଫୋନରେ କିଏ ବୋଲି ରଣବୀରଙ୍କୁ ପଚାରୁଛନ୍ତି । ଯେଉଁଥିରେ ରଣବୀର ମିଛ କହୁଛନ୍ତି, ସେ ହେଉଛନ୍ତି ବଠିଣ୍ଡା ବାଲା ବୁଆ ।
କୁହାଯାଉଛି କି ଫିଲ୍ମର ଏହି ମଜାଦାର ଟିଜରକୁ ଦର୍ଶକେ ଖୁବ୍ ପସନ୍ଦ କରୁଛନ୍ତି । ଭିଡିଓ ଉପରେ ଏବେ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭ୍ୟୁଜ ଆସିଲାଣି । ଏହାସହ ମୁଭି ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ ବଢି ଗଲାଣି । ଟିଜରରେ ରଣବୀରଙ୍କ ଆୱାଜର ବି ଦର୍ଶକେ ଫ୍ୟାନ ହୋଇଯାଇଛନ୍ତି ।

Share