ଡ୍ୟାମ୍‌ରେ ବୁଡିଗଲେ ଏହି ପ୍ରସିଦ୍ଧ ମାଲାୟାଲମ ଅଭିନେତା

ନୂଆଦିଲ୍ଲୀ,୨୫।୧୨-ପ୍ରସିଦ୍ଧ ମାଲାୟାଲମ ଅଭିନେତା ଅନୀଲ ନେଦୁମଙ୍ଗଦଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସାଙ୍ଗମାନଙ୍କ ସହ କେରଳର ଥୋଡୁପୁଝା ମଲନକାରା ଡ୍ୟାମରେ ଅନୀଲ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଅନୀଲ ଫିଲ୍ମ ‘ପିସ’ର ଶୁଟିଂ ପାଇଁ ଥୋଡୁପୁଝା ଯାଇଥିଲେ। ଶୁଟିଂର ଇଣ୍ଟରଭାଲ ସମୟରେ ଅନୀଲ ଓ ତାଙ୍କର କିଛି ସହଯୋଗୀ ଡ୍ୟାମକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଉଥିବାବେଳେ ଅନୀଲ ଗଭୀର ପାଣିରେ ବୁଡିଯାଇଥିଲେ। ପରେ ସାଙ୍ଗମାନେ ଗଭୀର ପାଣିରୁ ଅନୀଲଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅନୀଲଙ୍କୁ ମୃତ ଘୋଷଣା କରିଥିଲେ।

Share