ଶ୍ରୀନଗର, ୧୫।୯ : ଜମ୍ମୁ-କଶ୍ମୀରରେ ଏକ ନୂତନ ଦଳ ଗଠନ ପାଇଁ ପ୍ରସ୍ତୁତ ହେଉଥିବା ଗୁଲାମ ନବୀ ଆଜାଦଙ୍କୁ ଆତଙ୍କବାଦୀ ସଂଗଠନରୁ ଧମକ ମିଳିଛି। ଏହା ସହ ଏକ ପୋଷ୍ଟର ମଧ୍ୟ ପ୍ରକାଶ ପାଇଥିବା ଜଣାଯାଇଛି। ଏଥି ସହିତ ଆଜାଦଙ୍କର ସାମ୍ପ୍ରତିକ ରାଜନୈତିକ କାର୍ଯ୍ୟକଳାପକୁ ସୁଚିନ୍ତିତ ଭାବରେ ଜାଣିଶୁଣି କରାଯାଉଥିବା ସୂଚିତ କରାଯାଇଛି।
ଅଗଷ୍ଟରେ କଂଗ୍ରେସ ସହିତ ଆଜାଦ ତାଙ୍କର ପାଞ୍ଚ ଦଶନ୍ଧିରୁ ଅଧିକ ଦୀର୍ଘ ଯାତ୍ରାକୁ ଶେଷ କରିଦେଇଥିଲେ। ଏହା ପରେ ସେ ଜମ୍ମୁ-କଶ୍ମୀରରେ ରାଜନୈତିକ ସକ୍ରିୟ ହେବା ବିଷୟରେ କହିଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲଶ୍କର-ଇ-ତୋଏବା ସହ ଜଡିତ ଥିବା ରେଜିଷ୍ଟାନ୍ସ ଫ୍ରଣ୍ଟ ଆତଙ୍କବାଦୀ ସଂଗଠନ ଆଜାଦଙ୍କୁ ଧମକ ଦେଇଛି। ବିଶେଷ କଥା ହେଉଛି ଆଜାଦ ମିଶନ କଶ୍ମୀରର ଏକ ଅଂଶ ଭାବରେ ରାଲି କରିବାକୁ ଯାଉଛନ୍ତିି। ଏହା ପୂର୍ବରୁ ଏହି ସେ ଧମକ ପାଇଛନ୍ତି। ଆତଙ୍କବାଦୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟର ମଧ୍ୟ ଜାରି କରିଛନ୍ତି।
ପୋଷ୍ଟରରେ ଲେଖା ଅଛି, ଦେଶଦ୍ରୋହୀଙ୍କ ହୃଦୟରେ କୌଣସି ବିଶ୍ୱସ୍ତତା ନାହିଁ, କେବଳ ବିଶ୍ୱାସନୀୟତା ଦେଖାଇବାର ମିଥ୍ୟା ବାହାନା। ପୋଷ୍ଟର ମାଧ୍ୟମରେ ଆଜାଦଙ୍କୁ ଏକ ରାଜନୈତିକ ଝିଟିପିଟି ବୋଲି ବର୍ଣ୍ଣନା କରାଯାଇଛି। ଏହା ସହିତ ପୋଷ୍ଟର ଜରିଆରେ ଦାବି କରାଯାଇଛି ଯେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଛନ୍ତି।