Categories: ଜାତୀୟ

ଜିତିବା ପରେ ବଦଳିଗଲା ଏମ୍‌ପିଙ୍କ ଆଚରଣ; ବିନା ଅନୁମତିରେ କେହି ଭେଟିବାକୁ ଆସିଲେ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ,୨୨।୬: ଉତ୍ତରପ୍ରଦେଶର ନଗୀନା ଲୋକ ସଭା ଆସନରୁ ଏମ୍‌ପି ଭାବେ ନିର୍ବାଚିତ ହେବା ପରେ ଚନ୍ଦ୍ରଶେଖର ରାବଣଙ୍କ ଆଚରଣ ବଦଳିଯାଇଛି। ବିନା ଅନୁମତିରେ ଏମ୍‌ପିଙ୍କୁ ଭେଟିବାକୁ ପହଞ୍ଚନ୍ତୁ ନାହିଁ ବୋଲି ତାଙ୍କ ଦଳ ଆଜାଦ ସମାଜ ପାର୍ଟୀ ପକ୍ଷରୁ କୁହାଯାଇଛି। ଏପରିକି କେହି ଏହାର ଉଲ୍ଲଂଘନ କଲେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏହାକୁ ନେଇ ଦଳର ଉତ୍ତର ପ୍ରଦେଶ ଅଧ୍ୟକ୍ଷଙ୍କ ପକ୍ଷରୁ ଚିଠି ଜାରି କରାଯାଇଛି, ଯେଉଁଥିରେ ଯେ କୌଣସି ଅଧିକାରୀ ଅଥବା କାର୍ଯ୍ୟକର୍ତ୍ତାଙ୍କୁ ରାବଣଙ୍କୁ ଭେଟିବାକୁ ହେଲେ ଶୀର୍ଷ ନେତୃତ୍ୱଙ୍କଠାରୁ ଅନୁମତି ନେବାକୁ ପଡ଼ିବ ବୋଲି ସ୍ପଷ୍ଟ କରାଯାଇଛି।

ଏଭଳି ଚିଠି ପରେ ଚନ୍ଦ୍ରଶେଖର ରାବଣ ଏକ ପୋଷ୍ଟର ଜାରି କରି କହିଛନ୍ତି, ଦିଲ୍ଲୀରେ ବହୁତ ସଂଖ୍ୟକ କାର୍ଯ୍ୟକର୍ତ୍ତା ତାଙ୍କୁ ଭେଟିବାକୁ ଆସୁଥିବାରୁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ମୁଁ ତୁମ ମାନଙ୍କ ମଧ୍ୟରୁ ଜଣେ। ଏଣୁ ନିଜେ ଆସି ଆପଣମାନଙ୍କକୁ ଭେଟିବି। କିଛି ସମୟ ଦିଅନ୍ତୁ। ମୁଁ ଆପଣ ସମସ୍ତଙ୍କର ଏବଂ ସମସ୍ତେ ମୋ ନିଜର ବୋଲି କହିଛନ୍ତି।

Share