Categories: ଜାତୀୟ

ଆଜମ ଖାନ ଦୋଷମୁକ୍ତ…

ରାମପୁର,୨୪।୫ : ସମାଜବାଦି ପାର୍ଟିର ନେତା ତଥା ପୂର୍ବତନ ବିଧାୟକ ଆଜମ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୁଧବାର ନିମ୍ନ ଅଦାଲତ ଘୃଣା ଭାଷଣ ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ଆଦେଶକୁ ଖାରଜ କରିଛନ୍ତି।
ଘୃଣା ଭାଷଣ ମାମଲା, ଆଜାମ ବିଧାୟକ ପଦ ହରାଇବା ସହିତ ତିନି ବର୍ଷ ଜେଲ ଦେଣ୍ଡରେ ଦଣ୍ଡିତ ହୋଇଥିଲେ।

ନିମ୍ନ ଅଦାଲତଙ୍କ ଦ୍ୱାରା ଦଣ୍ଡିତ ହେବା ପରେ ଆଜାମ ଖାନଙ୍କ ପକ୍ଷରୁ ସେସନ୍ସ କୋର୍ଟରେ ଏହା ବିରୋଧରେ ଆବେଦନ କରାଯାଇଥିଲା।

ଏହି ମାମଲା ୨୦୧୯ ଲୋକସଭା ନିର୍ବାଚନ ସମୟ ଅଟେ। ଜିଲା ମାଜିଷ୍ଟ୍ରେଟ ଏବଂ ସାମ୍ବିଧାନିକ ପଦବୀରେ ବସିଥିବା ଲୋକଙ୍କ ଆଧାରରେ ଆଜାମ ଖାନଙ୍କ ବିରୋଧରେ ଘୃଣା ଭାଷଣ ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ହୋଇଥିଲା ଆଜମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ଭାଷା ମଧ୍ୟ ବ୍ୟବହାର କରିଛନ୍ତି। ଏହା ପରେ ତାଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରାଯାଇଥିଲା।

ଯଦିଓ ଆଜାମ ଖାନ ଏହି ନିର୍ବାଚନରେ ଜିତିଥିଲେ କିନ୍ତୁ ୨୦୨୨ ମସିହାରେ ସେ ତାଙ୍କ ଆସନ ଛାଡ଼ିଥିଲେ।
୨୮ ଅକ୍ଟୋବର ୨୦୨୨ ରେ ନିମ୍ନ ଅଦାଲତ ଦେଇଥିବା ରାୟ ଅନୁସାରେ ଆଜାମ ଖାନଙ୍କୁ ତାଙ୍କ ବିଧାୟକ ପଦ ହରାଇବାକୁ ପଡ଼ିଥିଲା। ଏହା ସହିତ ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Share