Categories: ଜାତୀୟ

୬୪ଦିନ ପରେ ପୁଅ ସହ ଜେଲ୍‌କୁ ଫେରିଲେ ଏସ୍‌ପି ନେତା

ଲକ୍ଷ୍ନୌ,୧୩।୭: ସମାଜବାଦୀ ପାର୍ଟିର (ଏସ୍‌ପି)ର ବରିଷ୍ଠ ନେତା ଆଜମ ଖାଁ ୬୪ ଦିନ ପରେ ପୁଅ ଅବଦ୍ଦୁଲା ସହ ତ୍ତତ୍ତରପ୍ରଦେଶ ଲକ୍ଷ୍ନୌରୁ ସୀତାପୁର ଜେଲ୍‌କୁ ଫେରିଛନ୍ତି। ମଙ୍ଗଳବାର କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୋଲିସ ସେମାନଙ୍କୁ ନେଇ ଜେଲ୍‌ରେ ପହଞ୍ଚିଥିଲା। ଏହାପରେ ଦୁଇ ବାପ ପୁଅଙ୍କୁ ନିଜ ନିଜ ବାରାକ୍‌କୁ ପଠାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ଆଜମ ଖାଁ ପୁଅ ଅବଦ୍ଦୁଲା ଆଜମଙ୍କ ସହ ସୀତାପୁର ଜେଲ୍‌ରେ ବନ୍ଦୀ ହୋଇ ରହିଥିଲେ। ହେଲେ କରୋନାର ଦ୍ୱିତୀୟ ଲହରରେ ଜେଲ୍‌ର କେତେକ ଅନ୍ତେବାସୀଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ମେ’୧ରେ ଏସ୍‌ପି ନେତା ଆଜମଙ୍କ ସମେତ ୧୩ଜଣ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମେ’୯ରେ ତାଙ୍କର ଓ ପୁଅ ଅବଦ୍ଦୁଲାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନେ ଡାକ୍ତରଙ୍କ ତତ୍ତ୍ୱବଧାନରେ ଥିବା ବେଳେ ଦୀର୍ଘ ଦିନ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲ। ଦୀର୍ଘ ଦିନର ଚିକିତ୍ସା ପରେ ସୁସ୍ଥ ହେବାରୁ ମଙ୍ଗଳବାର ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଏହାପରେ ସେମାନେ ଜେଲ୍‌କୁ ଫେରିଥିବା ଜଣାପଡ଼ିଛି।

Share