Categories: ଜାତୀୟ

ଘୃଣା ମନ୍ତବ୍ୟ ମାମଲା: କିଛି ସମୟ ପରେ କୋର୍ଟ ଶୁଣାଇବେ ନିଷ୍ପତ୍ତି

ଲକ୍ଷ୍ନୌ,୧୫।୭: ଘୃଣା ମନ୍ତବ୍ୟ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଦଣ୍ଡର ପକ୍ଷ ଉପରେ ଆଜାମ୍‌ ଖାନ୍‌ଙ୍କ ଓକିଲ ଏବଂ ଅଭିଯୋଗକାରୀଙ୍କ ପକ୍ଷ ଶୁଣାଣି ହୋଇସାରିଛି। ଆଜାମ ଖାନ୍‌ ନ୍ୟାୟିକ ହେପାଜତରେ ଅଛନ୍ତି। କିଛି ସମୟ ପରେ କୋର୍ଟ ତାଙ୍କ ମାମଲା ଉପରେ ଶୁଣାଣି କରିବେ।

ଆଜମ୍‌ ଖାନ୍‌ଙ୍କ ବିରୋଧରେ ଏକ ଅଭିଯୋଗ ରହିଛି ଯେ, ୧୮ ଏପ୍ରିଲ ୨୦୧୯ରେ ଧମରା ଗ୍ରାମରେ ଏକ ସାଧାରଣ ସଭାରେ ସେ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଲୋକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହା ପରେ ଏଡିଓ ସହକାରିତା ଅନିଲ ଚୌହାନ ଶହାଜଦନଗରରେ ଆଜମ ଖାନଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ବିଚାର ବିମର୍ଶ ପରେ ପୋଲିସ କୋର୍ଟରେ ଏକ ଚାର୍ଜଶିଟ ଦାଖଲ କରିଥିଲା ଏବଂ ଶୁଣାଣି ପରେ ଆଜାମ୍‌ ଖାନ୍‌ଙ୍କୁ ଘୃଣା ଭାଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଆଜାମ ଖାନ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।

Share