ଜେଲ୍‌ରେ ଥାଇ ଜିତିଲେ ନିର୍ବାଚନ

ଲକ୍ଷ୍ନୌ,୧୧।୩: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ତେବେ ରାଜ୍ୟର ସବୁଠୁ ହଟ୍‌ ଆସନ କୁହାଯାଉଥିବା ରାମପୁରରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ ବିଜୟ ହାସଲ କରିଛନ୍ତି। ଆଜମ ଏବେ ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଅଛନ୍ତି। ଜେଲ୍‌ରେ ଥାଇ ମଧ୍ୟ ସେ ୫୫ ହଜାରରୁ ଅଧିକ ଭୋଟରେ ଜିତି ଇତିହାସ ସୃଷ୍ଟି କରିଥିଲେ। ସେ ଦଶମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି।
ବିଧାନସଭା ନିର୍ବାଚନରେ ଆଜାମ ଖାନ ପ୍ରଚାର କରିପାରି ନ ଥିଲେ। ଫେବୃୟାରୀ ୮ରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ। ରାମପୁର ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଆଜମ ଖାନ ନିଜ ପାଇଁ ଏବଂ ଦଳ ପାଇଁ ପ୍ରଚାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦାବି କରିଥିଲେ। କିନ୍ତୁ ତାଙ୍କୁ ମିଳି ନ ଥିଲା।

Share