Categories: ଜାତୀୟ

ଉତ୍ତେଜିତ ଭାଷଣ ମାମଲା: ବୟାନ ରେକର୍ଡ ପାଇଁ କୋର୍ଟରେ ପହଞ୍ଚିଲେନି ଆଜମ ଖାନ୍‌

ଲକ୍ଷ୍ନୌ,୧୩।୧: ଏସ୍‌ପି ନେତା ଆଜମ ଖାନ୍‌ଙ୍କ ସହ ଜଡିତ ୩ଟି ମାମଲାରେ ଶୁକ୍ରବାର ଉତ୍ତରପ୍ରଦେଶ ରାମପୁରର ଏମ୍‌ପି- ଏମ୍‌ଏଲ୍‌ଏ କୋର୍ଟରେ ଶୁଣାଣି ହେବାର ଥିଲା। ଯେଉଁଥିରେ ଉତ୍ତେଜିତ ଭାଷଣ ମାମଲାରେ ଆଜମ ଖାନ୍‌ଙ୍କୁ କୋର୍ଟରେ ହାଜର ହୋଇ ବୟାନ ରେକର୍ଡ କରିବାର ଥିଲା। କିନ୍ତୁ ଶୁକ୍ରବାର ସେ କୋର୍ଟରେ ହାଜର ହୋଇନାହାନ୍ତି। ଏହି ମାମଲାରେ ବୟାନ ରେକର୍ଡ କରିବା ପାଇଁ ଆଜାମ ଖାନ୍‌ଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାର ଥିଲା। କିନ୍ତୁ ଆଜମଙ୍କ ଓକିଲ କୋର୍ଟରେ ଏକ ସ୍ଥଗିତ ଆବେଦନପତ୍ର ଦାଖଲ କରିଥିଲେ। ତାଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ଜାନୁଆରୀ ୧୭ରେ ପରବର୍ତ୍ତୀ ତାରିଖ ସ୍ଥିର କରିଛନ୍ତି। ଆଜମ ଖାନ୍‌ଙ୍କ ଉପରେ ଦ୍ୱିତୀୟ ମାମଲା ଅବଦୁଲ୍ଲା ଆଜମ ଖାନ୍‌ଙ୍କ ୨ଟି ଜନ୍ମ ପ୍ରମାଣପତ୍ର ସହିତ ଜଡିତ। ବର୍ତ୍ତମାନ କୋର୍ଟ ଏହି ମାମଲାରେ ବୟାନ ରେକର୍ଡ କରିବା ପାଇଁ ଜାନୁଆରୀ ୨୦ତାରିଖ ଧାର୍ଯ୍ୟ କରିଛନ୍ତି।

Share