Categories: ଜାତୀୟ

ଘୃଣା ମନ୍ତବ୍ୟ ମାମଲାରେ ଆଜମ ଖାନ୍‌ଙ୍କୁ ଝଟ୍‌କା

ଲକ୍ଷ୍ନୌ,୧୦।୧୧: ଘୃଣା ମନ୍ତବ୍ୟ ମାମଲାରେ ଆଜମ ଖାନ୍‌ଙ୍କୁ ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟରୁ ଏକ ଝଟ୍‌କା ମିଳିଛି। ଆଜମଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଗୁରୁବାର ପ୍ରତ୍ୟାଖ୍ୟାନ କରିଛନ୍ତି। ସର୍ବପ୍ରଥମେ ରାମପୁର କୋର୍ଟ ଆଜମଙ୍କୁ ଘୃଣା ମନ୍ତବ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୩ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିସହ ତାଙ୍କ ବିଧାନସଭା ସଦସ୍ୟତାକୁ ମଧ୍ୟ ବାତିଲ କରିଦେଇଥିଲେ। ଏହାପରେ ରାମପୁର କୋର୍ଟଙ୍କ ନିଷ୍ପତ୍ତିକୁ ଏସ୍‌ପି ପକ୍ଷରୁ ସେସନ୍‌ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଆଶା କରାଯାଉଥିଲା ଯେ, ଆଜମଙ୍କୁ ସେଠାରୁ ଆଶ୍ୱିସ୍ତି ମିଳିବ। କିନ୍ତୁ କୋର୍ଟ ଏସ୍‌ପି ନେତାଙ୍କୁ ଏକ ବଡ ରାଜନୈତି ଝଟ୍‌କା ଦେଇଛନ୍ତି। ଏହାପୂର୍ବରୁ ସୁପ୍ରିମକୋର୍ଟ ଆଜମଙ୍କୁ ଆଶ୍ୱସ୍ତି ପ୍ରଦାନ କରି ରାମପୁରର ଉପ-ନିର୍ବାଚନ ପ୍ରକ୍ରିୟା ଉପରେ କିଛି ସମୟ ପାଇଁ ରୋକୋ ଲଗାଇଥିଲେ। ପ୍ରଥମେ ଆଜମ ଖାନ୍‌ଙ୍କ ଆବେଦନ ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ ରାମପୁର ସେସନ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଫଳାଫଳକୁ ଆଧାର କରି ନଭେମ୍ବର ୧୧ରେ କିମ୍ବା ପରେ ନିର୍ବାଚନ ଆୟୋଗଙ୍କୁ ରାମପୁର ବିଧାନସଭା ଆସନର ନିର୍ବାଚନ ସୂଚୀ ଘୋଷଣା କରିବାରଥିଲା। କିନ୍ତୁ ବର୍ତ୍ତମାନ ସେସନ୍‌ କୋର୍ଟର ନିଷ୍ପତ୍ତି ପରେ ରାମପୁର ବିଧାନସଭା ଆସନ ନିର୍ବାଚନକୁ ନେଇ ସ୍ଥିତି ସ୍ପଷ୍ଟ ହୋଇପାରେ।

Share