Categories: ଜାତୀୟ

୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ବିଧାୟକ ଆଜମ ଖାନ୍‌

ନୂଆଦିଲ୍ଲୀ,୨୦।୫: ଏକ ଠକେଇ ମାମଲାରେ ଜେଲ ଯାଇଥିବା ସମାଜବାଦୀ ପାର୍ଟିର ନେତା ୨୭ ମାସ ଜେଲରେ ଥିବା ଆଜମ ଖାନ ଶୁକ୍ରବାର ସୀତାପୁର ଜେଲରୁ ମୁକୁଳିଛନ୍ତି। ଆଜମଙ୍କୁ ଗୁରୁବାର ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ପରେ ଗତକାଲି ରାମପୁରର ଏକ ସ୍ବତନ୍ତ୍ର କୋର୍ଟ ଆଜାମଙ୍କ ମୁକ୍ତି ପାଇଁ ସୀତାପୁର ଜେଲ ପ୍ରଶାସନକୁ ଏକ ଚିଠି ପଠାଇଥିଲେ। ଅନ୍ୟପକ୍ଷରେ, ଆଜମ ଖାନଙ୍କ ମୁକ୍ତି ସମୟରେ ସୀତାପୁର ଜେଲ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଜମ ଖାନ ସୀତାପୁରରୁ ସିଧାସଳଖ ରାମପୁର ଯିବେ।

Share