ଲକ୍ଷ୍ନୌ,୧୭।୧୧: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ୍ଙ୍କ ଭୋଟ ଦେବା ଅଧିକାରକୁ ରଦ୍ଦ କରାଯାଇଛି। ଏପରିକି ଭୋଟର ତାଲିକାରୁ ମଧ୍ୟ ତାଙ୍କର ନାମକୁ ହଟାଇଦିଆଯାଇଛି। ଡିସେମ୍ବର ୫ରେ ହେବାକୁ ଥିବା ରାମପୁର ଉପନିର୍ବାଚନରେ ଆଜମ ଖାନ୍ ଆଉ ଭୋଟ ଦେଇପାରିବେ ନାହିଁ। ସୂଚନା ମୁତାବକ, ବୁଧବାର ଭାଜପା ପ୍ରାର୍ଥୀ ଆକାଶ ସାକ୍ସେନା ଆଜମଙ୍କ ଭୋଟ ଦେବାର ଅଧିକାରକୁ ରଦ୍ଦ କରିବାକୁ ଦାବି କରିଥିଲେ। ଏନେଇ ସେ ଏସ୍ଡିଏମ୍ ସଦର ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ରାମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଅଭିଯୋଗ କରିଥିଲେ।