Categories: ଜାତୀୟ

ଘୃଣା ମନ୍ତବ୍ୟ ମାମଲା: ଆଜମ୍‌ ଖାଁଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ, ୨୫୦୦ ଟଙ୍କା ଜରିମାନା

ଲକ୍ଷ୍ନୌ,୧୫।୭: ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାଁଙ୍କୁ ପୁଣିଥରେ ଝଟ୍‌କା ଲାଗିଛି। ଘୃଣା ମନ୍ତବ୍ୟ ମାମଲାରେ ତାଙ୍କୁ ରାମପୁରର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାରେ ତାଙ୍କୁ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୨୫୦୦ ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି।

ସୂଚନାଯୋଗ୍ୟ, ୨୦୧୯ରେ ଆଜମ୍‌ ଖାଁଙ୍କ ବିରୋଧରେ ଲୋକ ସଭା ନିର୍ବାଚନ ସମୟରେ ଧମୋରାରେ ଘୃଣା ମନ୍ତବ୍ୟ ଦେଇଥିବା ନେଇ ମାମଲା ରୁଜୁ ହୋଇଥିଲା। ସେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାମପୁର ଡିଏମ୍‌ ଏବଂ ନିର୍ବାଚନ ଆୟୋଗଙ୍କ ଉପରେ ଟିପ୍ପଣୀ କରିଥିଲେ। ଏପରିକି ସେମାନଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲା। ଏହାର ଭିଡିଓ ଭାଇରାଲ ହେବା ପରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା।

Share