Categories: ଜାତୀୟ

‘ମୁଁ ରାଗିବା ସ୍ଥିତିରେ ନାହିଁ’

ଲକ୍ଷ୍ନୌ,୨୨।୫: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁର ବିଧାୟକ ନିକଟରେ ଜାମିନ ପାଇ ଜେଲ୍‌ରୁ ମୁକୁଳିଛନ୍ତି। ଦଳର ସୁପ୍ରିମୋ ଅଖିଳେଶ ଯାଦବ ତଥା ଦଳ ଉପରେ ଅସନ୍ତୋଷ ବିଷୟରେ ରବିବାର ଆଜାମ ଖାନ୍‌ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ରାଗିବା ସ୍ଥିତିରେ ନାହିଁ। ଯେଉଁମାନେ ଜେଲରେ ମୋତେ ଭେଟିବାକୁ ଆସିଥିଲେ ଏବଂ କୌଣସି କାରଣରୁ ଆସି ନ ଥିବା ଲୋକଙ୍କୁ ମୁଁ ଧନ୍ୟବାଦ ଦେଉଛି। ମୁଁ କାହା ଉପରେ ମନ୍ତବ୍ୟ ଦେବାକୁ ଏବେ ଚାହୁଁ ନ ଥିବା ସେ କହିଛନ୍ତି।
ଉତ୍ତରପ୍ରଦେଶ ବିଧାନସଭା ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏସପି ମୁଖ୍ୟାଳୟରେ ରବିବାର ବିଧାନସଭା ଦଳର ଏକ ବୈଠକ ଡକାଯାଇଥିଲା। ଏହି ବୈଠକରେ ଆଜାମ ଖାନ ଉପସ୍ଥିତ ନ ଥିଲେ। ଅଖିଳେଶ ଯାଦବଙ୍କ ଦାଦା ଶିବପାଲ ଯାଦବ ମଧ୍ୟ ଏହି ବୈଠକରେ ପହଞ୍ଚି ନ ଥିଲେ। ଆଜମ ଖାନ ରାମପୁରରେ ଅଛନ୍ତି ଏବଂ ସ୍ବାସ୍ଥ୍ୟଗତ କାରଣରୁ ସେ ଏହି ବୈଠକରେ ଯୋଗ ଦେଇ ନ ଥିବା ଏସ୍‌ପି ନେତାମାନେ କହିଛନ୍ତି।

Share