Categories: ଖେଳ

ଚତୁର୍ଥ ରାଉଣ୍ଡରେ ଆଜାରେଙ୍କା

ଲଣ୍ଡନ, ୮।୭: ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭିକ୍ଟୋରିଆ ଆଜାରେଙ୍କା। ଶୁକ୍ରବାର ଅନୁଷ୍ଠିତ ତୃତୀୟ ରାଉଣ୍ଡରେ ୧୯ତମ ସିଡ୍‌ ଆଜାରେଙ୍କା ୧୧ତମ ସିଡ୍‌ ଡାରିଆ କାସାଟକିନାଙ୍କୁ ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ଆରିନା ସାବାଲେଙ୍କା, ଏକ୍‌ଟେରିନା ଆଲେକ୍‌ଜାଣ୍ଡ୍ରୋଭା, ମାଡିସନ୍‌ କିଜ, ପେତ୍ରା କ୍ୱିଟୋଭା ପ୍ରମୁଖ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ବିଜୟୀ ହୋଇଛନ୍ତି। ସାବାଲେଙ୍କା ୨-୬, ୭-୫, ୬-୨ ସେଟ୍‌ରେ ବାର୍ବରା ଗ୍ରାଚେଭାଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ମ୍ୟାଚ ଗୁଡ଼ିକରେ ଡାଲ୍‌ମା ଗଲ୍‌ଫି ୪-୬, ୭-୬ (୭/୫), ୬-୧ରେ ନିଏମେର, ଏକ୍‌ଟେରିନା ଆଲେକ୍‌ଜାଣ୍ଡ୍ରୋଭା ୬-୭ (୪/୭), ୭-୬ (୭/୫), ୭/୬ (୧୦/୭) ସେଟ୍‌ରେ ମାଡିସନ ବ୍ରିଙ୍ଗଲେ, ମାଡିସନ୍‌ କିଜ୍‌ ୭-୫, ୬-୩ରେ ଭିକ୍ଟୋରିଜା ଗୋଲୁବିକ୍‌, ଆନା ବିନ୍‌କୋଭା ୭-୫, ୬-୩ରେ ଇରିନା-କାମେଲିଆ ବେଗୁ, ୯ମ ସିଡ୍‌ ପେତ୍ରା କ୍ୱିଟୋଭା ୬-୨, ୬-୨ରେ ଆଲେକଜାଣ୍ଡ୍ରା ସାସ୍‌ନୋଭିଚ୍‌ ଏବଂ ନାତାଲିଜା କୋଷ୍ଟିକ୍‌ ୭-୫, ୭-୫ ସେଟ୍‌ରେ ଟାମାରା କୋର୍ପାଶ୍ଚଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ପୁରୁଷ ସିଙ୍ଗଲ୍ସର ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ହ୍ୟୁବର୍ଟ ହୁର୍କାଜ୍‌ ୭-୬ (୭/୪), ୬-୪, ୬-୪ ସେଟ୍‌ରେ ଲୋରେଞ୍ଜୋ ମୁସେଟିଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ରାଉଣ୍ଡ ମ୍ୟାଚ ଗୁଡ଼ିକ ମଧ୍ୟରେ ମାଟେଓ ବେରେଟିନି ୬-୩, ୬-୪, ୬-୪ରେ ଆଲେକ୍ସ ଡି ମିନାଉର, ଖ୍ରିଷ୍ଟୋଫର ଓ’କୋନେଲ ୬-୩, ୭-୫, ୬-୪ରେ ଜିରି ଭେସ୍‌ଲି, ହୋଲଗର ରୁନେ ୬୩-, ୭-୬ (୭/୩), ୬-୪ ସେଟ୍‌ରେ ରବର୍ଟୋ କାର୍ବାଲେସ ବାଏନାଙ୍କୁ ପରାସ୍ତ କରିଛନ୍ତି।

Share