ଆର୍ମେନିଆ ବିରୋଧରେ ଯୁଦ୍ଧ ଆରମ୍ଭ କଲା ଆଜରବୈଜାନ, ସାମରିକ ଆକ୍ରମଣରେ ୨୫ ମୃତ

ବାକୁ,୨୦।୯: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଉ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆଜରବୈଜାନ ପୁଣି ଆର୍ମେନିଆ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ଆଜରବୈଜାନ ମଙ୍ଗଳବାର ଆର୍ମେନିଆ ନିୟନ୍ତ୍ରିତ କରାବାଖ ଉପରେ ଆକ୍ରମଣ କରିଛି। ଫଳରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି।

ଆର୍ମେନିଆର ଜଣେ ଅଧିକାରୀ କହିଛନ୍ତି , ମଙ୍ଗଳବାର ଆଜରବୈଜାନ ଆର୍ମେନିଆ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି। ଆଜରବୈଜାନର ସାମରିକ ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଦୁଇଜଣ ସାଧାରଣ ନାଗରିକ ଅଛନ୍ତି। ଏହା ବ୍ୟତୀତ ଆଜରବୈଜାନ ଆକ୍ରମଣରେ ୧୩୮ ଜଣ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଆଜରବୈଜାନ ମଙ୍ଗଳବାର ଆର୍ମେନିଆ ବିରୋଧରେ ଯୁଦ୍ଧ ଘୋଷଣା କରିଛି। ଆଜରବୈଜାନ ଆର୍ମେନିଆର ଅନେକ ଅଞ୍ଚଳକୁ ଟାର୍ଗେଟ କରିଛି। ଏଥିରେ ଆର୍ମେନିଆର ନିୟନ୍ତ୍ରଣରେ ଥିବା ନାଗର୍ନୋ-କରାବାଖ ଅଞ୍ଚଳ ମଧ୍ୟ ସାମିଲ। ଆଜରବୈଜାନ ଏହି ଅଞ୍ଚଳ ଦଖଲ କରିବାକୁ ଚାହୁଁଛି।

Share