ଆଜେରବାଇଜାନ ଓ ଆର୍ମେନିଆ ଯୁଦ୍ଧ: ୨୦୦ମୃତ, ୪୦୦ରୁ ଅଧିକ ଆହତ

ବାକୁ,୨୧।୯: ନାଗର୍ନୋ-କରାବାଖର ବିଚ୍ଛିନ୍ନ ଅଞ୍ଚଳ ଉପରେ ଆଜେରବାଇଜାନ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଘୋଷଣା କରିଛି। ଏହାପୂର୍ବରୁ ଆର୍ମେନିଆ ସୈନିକମାନେ ଆତ୍ମସମର୍ପଣ କରିଥିଲେ। ଏଥିସହ ଆଜେରବାଇଜାନ ଅସ୍ତ୍ରବିରତି କରିବାକୁ ରାଜି ହୋଇଛି।

ଆଜେରବାଇଜାନର ଅଧିକାରୀମାନେ କହିଛନ୍ତି ଯେ ବିଚ୍ଛିନ୍ନତାବାଦୀମାନେ ଅସ୍ତ୍ର ରଖିଛନ୍ତି ବୋଲି ଘୋଷଣା କରିବା ପରେ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ସାମରିକ ଅପରେଶନ ବନ୍ଦ ହୋଇଯାଇଥିଲା। ଏହି ଅପରେଶନ ପରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଛି।
କରାବାଖ ଅଞ୍ଚଳର ତଦାରଖ କରୁଥିବା ଗେଘମ ଷ୍ଟେପାନିଆନ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ ଏହି ସାମରିକ ଅପରେଶନରେ ୨୦୦ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦୦ରୁ ଅଧିକ ଆହତ ହୋଇଛନ୍ତି।

Share