ନାଗୋରନ-କରାବାଖ ତୈଳ ଡିପୋ ବିସ୍ଫୋରଣ: ୬୮ମୃତ

ବାକୁ,୨୭।୯: ଅଜରବୈଜାନର ନାଗୋରନ-କରାବାଖ ଅଞ୍ଚଳରେ ଥିବା ଏକ ତୈଳ ଡିପୋରେ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୬୮ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଲୋକମାନେ ସେମାନଙ୍କ ଗାଡିରେ ଇନ୍ଧନ ଭରିବା ପାଇଁ ଏକ ତୈଳ ଡିପୋରେ ଲାଇନରେ ଛିଡା ହୋଇଥିଲେ। ଏହି ସମୟରେ ସେଠାରେ ବିସ୍ଫୋରଣ ଘଟିଥିଲା।

ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରୁ ୧୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏଥିସହ ୩୦୦ରୁ ଅଧିକ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଥିରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି।
ନାଗୋରନ-କରାବାଖର ରାଷ୍ଟ୍ରପତିଙ୍କ ସହଯୋଗୀ ଡେଭିଡ ବାବାୟାନ କହିଛନ୍ତି ଯେ ଅବହେଳା ହେତୁ ଏହି ଦୁର୍ଘଟଣା ଘଟିଛି।

Share