ନୂଆଦିଲ୍ଲୀ,୧।୪: ବିଗତ ଦିନର ପ୍ରଦର୍ଶନକୁ ନେଇ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ଭାଗ୍ୟ ଶିଖର ଛୁଉଁଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ ଚୟନ କରାଯିବର ପରେ ସବୁଆଡେ ତାଙ୍କର ଚର୍ଚ୍ଚା ହେବାରେ ଲାଗିଛି। ଏହି କ୍ରମରେ ପନ୍ତଙ୍କୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବ ମହାନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ମହମ୍ମଦ ଆଜାରୁଦ୍ଦିନ।
ଭାରତ ପକ୍ଷରୁ ୯୯ ଟେଷ୍ଟ ଏବଂ ୩୩୪ ଦିନିକିଆ ଖେଳିଥିବା ଆଜାରୁଦ୍ଦିନ କହିଛନ୍ତି, ନିକଟ ଭବିଷ୍ୟତରେ ଭାରତୀୟ କ୍ରିକେଟ ଟିମ୍ର ନୂତନ ଅଧିନାୟକ ଦୌଡ଼ରେ ପନ୍ତ ଆଗରେ ରହିବେ। ଏପରି ହେଲେ ସେ ଆଶ୍ଚର୍ଯ୍ୟ ହେବେ ନାହିଁ। କାରଣ କିଛି ମାସ ଧରି ପନ୍ତ ବେଶ ଭଲ ପ୍ରଦର୍ଶନ କରୁଛନ୍ତି। ସମସ୍ତ ଫର୍ମାଟରେ ନିଜକୁ ପ୍ରମାଣିତ କରୁଛନ୍ତି। ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଆଗାମୀ ଦିନରେ ଭାରତ ପାଇଁ ଶୁଭଙ୍କର ହେବ ବୋଲି ସେ ମଧ୍ୟ କହିଛନ୍ତି।