ନୂଆଦିଲ୍ଲୀ, ୧୦ା୪ : ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା କର୍ନାଟକରେ ପୂର୍ବତନ ଏମ୍ପି ବି.ଏନ୍. ଚନ୍ଦ୍ରାପ୍ପାଙ୍କୁ ରବିବାର ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି। ପୂର୍ବତନ ଏମ୍ପି ଧ୍ରୁବନାରାୟଣଙ୍କ ପରଲୋକ ପରେ ସେଠାରେ କାର୍ଯ୍ୟକାରୀ ସଭାପତି ପଦ ଖାଲି ପଡ଼ିଥିଲା।
ଦଳିତ ନେତା ଚନ୍ଦ୍ରାପ୍ପା ଚିତ୍ରଦୁର୍ଗ ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ପୂର୍ବରୁ ସେ ଲେଦର ଇଣ୍ଡଷ୍ଟ୍ରିଜ୍ ଡେଭେଲପମେଣ୍ଟ କର୍ପୋରେଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।