Categories: ଜାତୀୟ

ବି.ଭି. ଶ୍ରୀନିବାସ ଯୁବ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୩ା୧୨: ବର୍ଷାଧିକ କାଳ ଖାଲିପଡ଼ିଥିବା ଯୁବ କଂଗ୍ରେସ ଅଧ୍ୟକ୍ଷ ପଦ ବୁଧବାର ପୂରଣ ହୋଇଛି। କେଶବ ଚାନ୍ଦ ଯାଦବଙ୍କ ଇସ୍ତଫା ପରଠାରୁ ଏହି ପଦ ଖାଲିପଡ଼ିଥିଲା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଯୁବ କଂଗ୍ରେସ ଅଧ୍ୟକ୍ଷ ଭାବେ ବି.ଭି. ଶ୍ରୀନିବାସଙ୍କୁ ନିଯୁକ୍ତି ଦେଇଛନ୍ତି। ମହାମାରୀ କରୋନା ବେଳେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବୁଝିବା ସହ କଠିନ ପରିଶ୍ରମ କରିଥିଲେ। କର୍ନାଟକର ସିମୋଗା ଜିଲା ଶିକାରିପୁରାରେ ଶ୍ରୀନିବାସ ବିଧାୟକ ଅଛନ୍ତି। ଅହମ୍ମଦ ପଟେଲଙ୍କ ଦେହାନ୍ତ ପରେ କଂଗ୍ରେସ ଅଧ୍ୟକ୍ଷାଙ୍କ ଏହା ପ୍ରଥମ ପ୍ରମୁଖ ନିଯୁକ୍ତି ବୋଲି କୁହାଯାଉଛି।

Share