ବିଏ.୨ ଭାରିଆଣ୍ଟ୍‌ ବଢ଼ାଉଛି ଚିନ୍ତା, ୫୭ ଦେଶରେ ସଂକ୍ରମଣ…

ନୂଆଦିଲ୍ଲୀ, ୫।୨ : ଦୁଇ ବର୍ଷରୁ ଅଧିକ ସମୟ ଧରି ବିଶ୍ୱ କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ସମ୍ପ୍ରତି ଏହାର ବିଏ.୨ ଭାରିଆଣ୍ଟ୍‌ ଦ୍ରୁତ ବେଗରେ ସଂକ୍ରମିିତ ହେବାରେ ଲାଗିଛି। ଇତିମଧ୍ୟରେ ଏହା ୫୭ ଦେଶକୁ ବ୍ୟାପି ସାରିଛି। ଓମିକ୍ରନ ଅପେକ୍ଷା ଏହାର ସଂକ୍ରମଣ ବେଗ ଅଧିକ ଦ୍ରୁତ ରହିଛି।

ବ୍ଲୁମବର୍ଗର ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଓମିକ୍ରନର ଉପ-ଭାରିଆଣ୍ଟ ବିଏ.୨ର ମୂଳ ଭାରିଆଣ୍ଟ୍‌ ତୁଳନାରେ ଶୀଘ୍ର ବିସ୍ତାର କରିବାର କ୍ଷମତା ଅଛି। କରୋନା ଟିକା ର ବୁଷ୍ଟର୍‌ ଡୋଜ ଏହା ବିରୁଦ୍ଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଥିବା ବିଶେଷଜ୍ଞ କହିଛନ୍ତି।

କରୋନା ଜୀବାଣୁର ଡେଲ୍ଟା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ ଭାରିଆଣ୍ଟ ଅଧିକ ସଂକ୍ରାମକ। ଡେଲ୍ଟା ଭାରିଆଣ୍ଟ ଯୋଗୁ ଭାରତରେ କରୋନାର ଭୟଙ୍କର ଦ୍ୱିତୀୟ ଲହର ଆସିଥିଲା । ଓମିକ୍ରନର ସବ ଭାରିଆଣ୍ଟ ବିଏ.୨ ଏହାଠାରୁ ମଧ୍ୟ ଅଧିକ ସଂକ୍ରାମକ। ଡିସେମ୍ବର ଏବଂ ଜାନୁଆରୀ ମାସରେ ପ୍ରାୟ ୮୫୦୦ ପରିବାର ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି ଯେ ବିଏ.୨ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ହାରାହାରି ୩୯ ପ୍ରତିଶତ ରହିଛି। ଅପର ପକ୍ଷରେ ଏହାର ମୂଳ ଭାରିଆଣ୍ଟ ଅର୍ଥାତ୍‌ ଓମିକ୍ରନ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨୯ ପ୍ରତିଶତ ରହିଛି।

Share