ବଜାରରେ ବାଗୀର ନୂତନ ଉତ୍ପାଦ

ଭୁବନେଶ୍ୱର,୬।୫: ବଜାଜ୍‌ ଆଲିଆଞ୍ଜ୍‌ ଜେନେରାଲ ଇନ୍‌ସ୍ୟୁରାନ୍ସ (ବିଏଜିଆଇ ବା ବାଗୀ)ର ନୂତନ ଉତ୍ପାଦ ‘ପ୍ରିଭେ’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଏକ ବର୍ଦ୍ଧିତ ଏବଂ ଅତୁଳନୀୟ ଗ୍ରାହକ ସେବାପ୍ରାପ୍ତ କରିବାର ସୁବିଧା ପ୍ରଦାନ କରୁଛି। ପାରମ୍ପରିକ ଭାବେ ଭାରତରେ ବୀମା ଶିଳ୍ପର ଚାହିଦା ରହିଛି। କିଛି ବର୍ଷ ମଧ୍ୟରେ ବୀମାର ବ୍ୟବହାରକୁ ବଢ଼ାଇବା ପାଇଁ ପ୍ରୟାସ କରାଯାଉଛି। ମୁଖ୍ୟତଃ ଟାୟାର-୨ ଓ ଟାୟାର-୩ ଅଞ୍ଚଳ ସହ ଗାଁଗହଳିରେ ଥିବା ଗ୍ରାହକମାନଙ୍କ ସଂଖ୍ୟା ବୃଦ୍ଧି ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।

ଏଥିମଧ୍ୟରେ ମୁଖ୍ୟତଃ ମଧ୍ୟମ ବର୍ଗ, ଉଚ୍ଚ ମଧ୍ୟମ ବର୍ଗ ଓ ଗ୍ରାମାଞ୍ଚଳ କ୍ଷେତ୍ରରେ ରହୁଥିବା ଗ୍ରାହକମାନେ ଅନ୍ତର୍ଭୁକ୍ତ ରହିଥିଲାବେଳେ ଉପରୋକ୍ତ ସମସ୍ତ ଗ୍ରାହକ ବର୍ଗରେ ବୀମାର ବ୍ୟବହାର ବୃଦ୍ଧି ଉପରେ ମୁଖ୍ୟତଃ ଧ୍ୟାନଦେବା ସହ ବାଗୀ ବର୍ତ୍ତମାନ ଗ୍ରାହକମାନଙ୍କର ବିଶେଷ ବର୍ଗକୁ ମଧ୍ୟ ସେବା ପ୍ରଦାନ କରିବ; ଯେଉଁଥିରେ ସାଧାରଣତଃ ବର୍ଦ୍ଧିତ କଭରେଜ୍‌ ସୀମା ସହ ଇନ୍‌ସ୍ୟୁରାନ୍ସଜନିତ ସମାଧାନ ମଧ୍ୟ ଆବଶ୍ୟକ ହୋଇଥାଏ।

ଏପରି ବିବେକଶୀଳ ଗ୍ରାହକମାନଙ୍କର ଆର୍ଥତ୍କ ଓ ଜୀବନଶୈଳୀର ପସନ୍ଦ ସହ ସଂଯୁକ୍ତ ଥିବା ବହୁମୁଖୀ ଆବଶ୍ୟକତା ଓ ବ୍ୟାପକ ସୁରକ୍ଷାକୁ ଚିହ୍ନଟକରି ପ୍ରିଭେ ପାରମ୍ପରିକ ଇନ୍‌ସ୍ୟୁରାନ୍ସଠାରୁ ବହୁତ ଅଧିକ ସୁବିଧା ପ୍ରଦାନ କରିଥାଏ। ଏ ସମ୍ପର୍କରେ ବାଗୀର ଏମ୍‌ଡି ତଥା ସିଇଓ ତପନ ସିଂଘେଲ କହିଛନ୍ତି, ଆମର ମୂଳ ଉଦ୍ଦେଶ୍ୟ ହେଉଛି, ସାରା ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କର ବିଭିନ୍ନ ଆବଶ୍ୟକତା ପୂରଣ କରୁଥିବା ଅଗ୍ରଣୀ ବୀମା ସେବା (ଇନ୍‌ସ୍ୟୁରାନ୍ସ ସଲ୍ୟୁସନ) ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା। ଏପରିକି ପ୍ରିଭେ ଜରିଆରେ ଆମେ ନିରନ୍ତର ଭାବେ ଅଭିନବତା ଆଣୁଛୁ ଓ ବିବେକଶୀଳ ବ୍ୟକ୍ତିମାନଙ୍କର ବିଶିଷ୍ଟ ଆବଶ୍ୟକତାକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ। ସେହିଭଳି ଆମେ ଜାଣୁ ଯେ ସେମାନଙ୍କର ଅତ୍ୟାଧୁନିକ ଆସେଟ୍‌ ପୋର୍ଟଫୋଲିଓ,ଆସ୍ୟୁଟ୍‌ ଫାଇନାନ୍ସିଆଲ ପ୍ଲାନିଂ ଏବଂ ବିଶିଷ୍ଟ ଲାଇଫଷ୍ଟାଇଲ୍‌ ପାରମ୍ପରିକ ମାନଦଣ୍ଡରୁ ଆଗରେ ଥିବା ଇନ୍‌ସ୍ୟୁରାନ୍ସ ଅଫରିଂ ଆବଶ୍ୟକ କରିଥାଏ ା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri