ବଧୂ ସାଜିବାକୁ ଯାଉଛନ୍ତି ବାହୁବଲୀ ଫେମ୍‌ ତମନ୍ନା

ହାଇଦ୍ରାବାଦ: ବିବାହ କରିବେ ବାହୁବଲୀ ଫେମ୍‌ ଅଭିନେତ୍ରୀ ତମନ୍ନା ଭାଟିଆ। ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ସେ ହାତ ଧରିବେ। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ବିବାହର କିଣାକିଣି ସେ ଆରମ୍ଭ କଲେଣି। ଏଥିଲାଗି ସେ ନୂଆ ଫିଲ୍ମ ସାଇନ୍‌ କରୁ ନ ଥିବା ଜଣାପଡ଼ିଛି।

ଦକ୍ଷିଣ ଭାରତୀୟ ସିନେମାରେ ତମନ୍ନାଙ୍କ ବେଶ ନାଁ ରହିଛି। ଅନେକ ହିନ୍ଦୀ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। ବିଶେଷକରି ବ୍ଲକବଷ୍ଟର ଫିଲ୍ମ ବାହୁବଲୀରେ ତାଙ୍କ କାମକୁ ବେଶ ପସନ୍ଦ କରାଯାଇଥିଲା। ଅଭିନୟ ଜୀବନରେ ସଫଳତା ପରେ ଏବେ ତମନ୍ନା ବ୍ୟକ୍ତିଗତ ଜୀବନରେ ଆଉ ଏକ ପାଦ ଆଗକୁ ବଢ଼ିବାକୁ ଯାଉଛନ୍ତି। ଖୁବଶୀଘ୍ର ସେ ଏନେଇ ଘୋଷଣା କରିବେ ବୋଲି କୁହାଯାଉଛି।

Share