Categories: ଜାତୀୟ

ରାଜପଥ ପାର୍ଶ୍ୱରେ ବାଉଁଶ ତିଆରି ବାହୁବଲୀ ବାଡ଼ କରାଯିବ: ଗଡ଼କରୀ

ନୂଆଦିଲ୍ଲୀ,୨୭।୭: ଦେଶର ଏକ୍ସପ୍ରେସ୍‌ଓ୍ବେ ଓ ଜାତୀୟ ରାଜପଥଗୁଡ଼ିକର ପାର୍ଶ୍ୱରେ ବାଉଁଶ ତିଆରି ‘ବାହୁବଲୀ’ ବାଡ଼ କରାଯିବ ବୋଲି ବୁଧବାର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାସ୍ତାକଡ଼ରେ ଦିଆଯାଉଥିବା ଷ୍ଟିଲ୍‌ ବାଡ଼ ପରିବର୍ତ୍ତେ ବାଉଁଶ ବାଡ଼ ଦିଆଯିବ। ଏହାଦ୍ୱାରା ଗ୍ରାମ୍ୟ ଅର୍ଥନୀତିକୁ ବଳ ମିଳିବ ଏବଂ ଗ୍ରାମବାସୀ ତଥା ଆଦିବାସୀମାନେ ଲାଭବାନ୍‌ ହେବେ। ଛତିଶଗଡ଼ରେ ଏହାର ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି ବୋଲି ଶୂନ୍ୟକାଳରେ ସେ କହିଛନ୍ତି।

Share