ବାରାଣସୀ,୧୪।୧୨: ବର ଓ ବରଯାତ୍ରୀ ପୂରା ରାତି ଖୋଜିଲେ, ହେଲେ ପାଇଲେ ନାହିଁ କନ୍ୟାର ଘର। ଏଭଳି ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର କୋଟଓ୍ବାଲି ଅଞ୍ଚଳରୁ। ଚଳିତ ମାସ ୧୦ ତାରିଖରେ ଥିଲା ବାହାଘର। କିନ୍ତୁ କାହାକୁ ଜଣା ନ ଥିଲା କନ୍ୟା ଘରର ଠିକଣା। ଶୀତ ରାତିରେ ବରର ସମ୍ପର୍କୀୟମାନେ କନ୍ୟା ଘର ଖୋଜି ଖୋଜି ନୟାନ୍ତ ହେଲେ। ନ ମିଳିବାରୁ ଫେରିଲେ ଘରକୁ।
ମହିଳା ମଧ୍ୟସ୍ଥିଙ୍କ ଉପରେ ବର୍ଷିଥିଲେ ଆଜମଗଡ଼ ଜିଲାର କୋଟଓ୍ବାଲି ଅଞ୍ଚଳର କାନ୍ଶୀ ରାମ କଲୋନିବାସିନ୍ଦା ଅର୍ଥାତ ବରର ପରିବାର। ସେମାନେ ମଧ୍ୟସ୍ଥିଙ୍କୁ ବନ୍ଧକ ରଖି ପହଞ୍ଚତ୍ଥିଲେ କୋଟଓ୍ବାଲି ଥାନାରେ। ଥାନାର ସିନିୟର ସବ୍-ଇନ୍ସ୍ପେକ୍ଟର ସମସେର ଯାଦବ କହିଛନ୍ତି, ବରଙ୍କ ପରିବାର ଲୋକେ ବିବାହ ପ୍ରସ୍ତାବ ଆଣିଥିବା ମହିଳାଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଥିଲେ। ଆମେ ସେମାନଙ୍କୁ ଆପୋସ ସମାଧାନ କରିବାକୁ ସୁଯୋଗ ଦେଇଥିଲୁ। ଏଥିରେ ରାଜି ହୋଇଯାଇଥିଲେ ବରଙ୍କ ପରିବାର ବର୍ଗ।
ବର ଜଣଙ୍କ ୪ ବର୍ଷ ତଳେ ବିହାରର ସମସ୍ତିପୁରର ଜଣେ ମହିଳାଙ୍କୁ ବିବାହ କରିଥିଲେ। କିନ୍ତୁ ମହିଳା ଜଣଙ୍କ ବାପ ଘରକୁ ଯିବା ପରେ ଆଉ ଫେରି ନ ଥିଲେ। ଏହା ପରେ ପରିବାର ଲୋକେ ପୁଅର ଦ୍ୱିତୀୟ ବିବାହ ପାଇଁ ଆରମ୍ଭ କରିଥିଲେ କନ୍ୟା ଖୋଜା।