ସୁନା ବେଶରେ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି

ଆରଡ଼ି,୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ମହାଶିବରାତ୍ରିରେ ବାବା ଆଖଣ୍ଡଳମଣିଙ୍କର ଅପୂର୍ବ ସୁନାବେଶକୁ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ବିଧି ମୁତାବକ ରାତି ୧୨ଟାରେ ଏହା ଆରମ୍ଭ ହୋଇଥିଲା । ରାତି ଗୋଟେରୁ ୩ଟା ପର୍ଯ୍ୟନ୍ତ ଭକ୍ତମାନେ ଏହି ଅପରୂପ ବେଶ ଦର୍ଶନ କରିବାର ସୁଯୋଗ ପାଇଥିଲେ । ପରେ ଏକ ଘଣ୍ଟା ସେବାୟତଙ୍କ ପରିବାର ଏହି ବେଶ ଦର୍ଶନ କରିଥିଲେ। ଏହି ବେଶରେ ସୁନା ନିର୍ମିତ ନାସା, କର୍ଣ୍ଣ, ଅଧର, ଚକ୍ଷୁ, କଣ୍ଠିମାଳ, ନାଗ ଓ ବେଲପତ୍ର ରୋପଣ କରାଯାଏ । ପରେ ମହାଦୀପ ପୂଜା କରାଯାଇ ବେଢ଼ା ପରିକ୍ରମା କରାଯାଇଥିଲା । ଭୋର ୪.୪୦ରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥିଲା ।

Share