ଆରଡ଼ି,୩ା୩(ଡି.ଏନ୍.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଶୁକ୍ରବାର ୨ ଘଣ୍ଟା ବିଳମ୍ବରେ ଖୋଲିଛି। ପାଳିଆ ସେବାୟତଙ୍କ ପାଳି ବଣ୍ଟନକୁ ନେଇ ବିବାଦ ଉପୁଜିଥିବାରୁ ଏପରି ଅଘଟଣ ଉପୁଜିଥିବା ଜଣାପଡ଼ିଛି । ପରେ ମନ୍ଦିର ପ୍ରଶାସନ ହାଇକୋର୍ଟ ରାୟକୁ ନେଇ କରିଥିବା ନୋଟିସ ବଳବତ୍ତର ରଖି ନିର୍ଦ୍ଦିଷ୍ଟ ପାଳିଆ ସେବାୟତଙ୍କୁ ମନ୍ଦିର ଚାବି ଦେବାରୁ ସମସ୍ୟାର ସମାଧାନ ହୋଇଥିଲା। ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ପୀଠରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।