୩ ଦିନ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ବନ୍ଦ

ଭଦ୍ରକ ଅଫିସ,୨୯।୧୨: ଶ୍ରଦ୍ଧାଳୁଙ୍କ ପାଇଁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ୩ ଦିନ ବନ୍ଦ ରହିବ। ଏ ନେଇ ମନ୍ଦିର ଓ ପୀଠ ପରିସରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି। ଡିସେମ୍ବର ୩୧ ସକାଳ ୬ରୁ ଜାନୁୟାରୀ ୨ ରାତି ୮ଟା ଯାଏ ଦର୍ଶନ ବନ୍ଦ ରହିବ। କେବଳ ସୀମିତ ସେବାୟତଙ୍କୁ ନେଇ ନୀତିକାନ୍ତି ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ହୋଇଛି। ନୂଆବର୍ଷ ପ୍ରବଳ ଗହଳି ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

 

 

 

Share