ଦୀର୍ଘ ୯ ମାସ ପରେ ଆଜି ଖୋଲିଲା ବାବା ଧବଳେଶ୍ୱରଙ୍କ ମନ୍ଦିର

କଟକ ଅଫିସ,୧୧।୧: ଦୀର୍ଘ ୯ ମାସ ପରେ କୋଭିଡ କଟକଣା ମଧ୍ୟରେ ସୋମବାର ଖୋଲିଛି ପ୍ରଭୁ ଧବଳେଶ୍ୱରଙ୍କ ମନ୍ଦିର। ଆଜି ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ କରି ବହୁତ ଆନନ୍ଦ ଲାଭ କରୁଛନ୍ତି। ଏକାଥରକେ ୫୦ ଜଣ ଭକ୍ତ ୬ ଫୁଟ ଦୂରତାରେ ରହି ବାବାଙ୍କର ଦର୍ଶନ କରୁଛନ୍ତି। ଗତ ୮ ତାରିଖରୁ ମନ୍ଦିର ଖୋଲିଥିବା ବେଳେ କେବଳ ପୂଜକଙ୍କ ପରିବାରକୁ ଦର୍ଶନ ଅନୁମତି ମିଳିଥିଲା। ଆଜି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି।

Share