ଆସନ୍ତା ସପ୍ତାହରୁ ମିଳିବ ବାବା ଧବଳେଶ୍ୱରଙ୍କ ଦର୍ଶନ

କଟକ ଅଫିସ,୧୬ା୧୧: ଆସନ୍ତା ସପ୍ତାହରୁ ବାବା ଧବଳେଶ୍ୱରଙ୍କୁ ସାଧାରଣ ଲୋକେ ଦର୍ଶନ କରିପାରିବେ। ଏନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।

ଡଙ୍ଗାରେ ଭକ୍ତମାନେ ନଦୀ ପାରି ହୋଇ ପ୍ରଭୁଙ୍କୁ ଦର୍ଶନ କରିପାରିବେ। ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ କହିଛନ୍ତି, ପୀଠ ଖୋଲା ଅଛି। ସାଧାରଣ ଭକ୍ତମାନେ କିପରି ପୀଠରେ ପହଞ୍ଚି ଠାକୁରଙ୍କୁ ଦର୍ଶନ କରିପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି। ଆସନ୍ତା ସପ୍ତାହରୁ ଆବଶ୍ୟକ ଡଙ୍ଗାର ବ୍ୟବସ୍ଥା କରାଯିବ। ଆସନ୍ତା ମଙ୍ଗଳବାରଠାରୁ ଏହି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ତେବେ ଗହଳି ଦିନମାନଙ୍କରେ ଡଙ୍ଗା ଜରିଆରେ ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରାଯିବ। ଡଙ୍ଗାରେ ଲାଇଫ୍‌ ଜ୍ୟାକେଟ, ଯାତ୍ରୀ ସଂଖ୍ୟା ଓ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଝୁଲା ପୋଲ ମରାମତି ନ ସରିବା ପର୍ଯ୍ୟନ୍ତ ଭକ୍ତମାନେ ଏହା ଉପରେ ଯିବେ ନାହିଁ। ତେଣୁ ଝୁଲାପୋଲ ଉପରେ ଯାତାୟାତ ବନ୍ଦ ରହିଛି।

Share