ପ୍ରେମିକାଙ୍କ ହାତ ଧରିଲେ ‘ମେରା ଭୋଲା ହେ ଭଣ୍ଡାରୀ’ ଫେମ୍‌ ଗାୟକ ହଂସରାଜ

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଗାୟକ ହଂସରାଜ ରଘୁବଂଶୀ। ଦୀର୍ଘଦିନର ପ୍ରେମିକା କୋମଲ ସକଲାନୀଙ୍କୁ ସେ ବିବାହ କରିଛନ୍ତିି। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର ଫଟୋ ପୋଷ୍ଟ କରି ହଂସରାଜ ପ୍ରଶଂସକଙ୍କୁ ଖୁସିଖବର ଜଣାଇଛନ୍ତି।

ପ୍ରଭୁ ଶିବଙ୍କର ‘ମେରା ଭୋଲା ହେ ଭଣ୍ଡାରୀ’, ‘ବମ୍‌ ଭୋଲେ’ ଆଦି ଗୀତ ଜରିଆରେ ଖ୍ୟାତି ଅର୍ଜନ କରିଥିବା ହଂସରାଜ ବିବାହର ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଆମେ ଦୁଇରୁ ଏକ ହୋଇଛୁ। ଶେଷରେ ଯାହା ଚାହୁଁଥିଲୁ ତାହା ମିଳିଯାଇଛି, ଧନ୍ୟବାଦ ମହାଦେବ।’ ଏବେ ତାଙ୍କର ଫଟୋଗୁଡ଼ିକ ଭାଇରାଲ ହେଉଥିବା ବେଳେ ଲୋକେ ଶୁଭେଚ୍ଛା ଜଣାଉଛନ୍ତି।

Share