Advertisement

ପୁଣି କାନ୍ଦିଲେ ବାବା

ସୋସିଆଲ ମିଡିଆରେ ଦିଲ୍ଲୀର ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ନିଜ ଜୀବନ ଜୀବନ ବଞ୍ଚାଇବା ପ୍ରାର୍ଥନା କରିଛନ୍ତି। ସେ ଏତେ ଭୟରେ ଅଛନ୍ତି ଯେ ଘରୁ ବାହାରକୁ ଯିବାକୁ ଡରୁଛନ୍ତି। ବାବା ଅଭିଯୋଗ କରିଛନ୍ତି ଯେ ତାଙ୍କ ଢାବା ଜାଳିଦେବାକୁ ଧମକ ଦେଉଛନ୍ତି। ହଠାତ୍‌ ଖ୍ୟାତି ଯୋଗୁ ଅନେକ ଲୋକ ତାଙ୍କ ସଫଳତା ସହି ପାରୁନାହାନ୍ତି, ଇର୍ଷା କରୁଛନ୍ତି ବୋଲି ବାବା କହିଛନ୍ତି। ଯଦିଓ ବାବାଙ୍କ ପୂର୍ବରୁ କାହା ସହିତ କୌଣସି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ଝଗଡା ନ ଥିଲା, କିନ୍ତୁ ଗତ କିଛି ଦିନ ହେବ ଫୋନରେ ବାବାଙ୍କ ନିକଟକୁ ଧମକ ଆସିବାକୁ ଲାଗିଛି। ବାବାଙ୍କ ଢାବାକୁ ଜାଳିଦେବାକୁ ମଧ୍ୟ ଧମକ ଦିଆଯାଇଛି। ଲଗାତାର ଧମକ ଯୋଗୁ ବାବା ସ୍ଥାନୀୟ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ପୋଲିସ ଏପର୍ଯ୍ୟନ୍ତ ଏଫଆଇଆର୍‌ ଦାଖଲ କରି ନ ଥିଲେ ମଧ୍ୟ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, କାନ୍ତା ପ୍ରସାଦଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବାବାଙ୍କୁ ହିଟ କରିଥିବା ୟୁଟ୍ୟୁବର ଗୌରବ ଓ୍ବାସନ ତାଙ୍କୁ ରାତାରାତି ଷ୍ଟାର୍‌ କରିଦେଇଥିଲେ। କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ବାବା ଗୌରବ ତାଙ୍କଠାରୁ ଟଙ୍କା ନେଇ ଯାଇଥିବା ଅଭିଯୋଗ କରିଥିଲେ। କିନ୍ତୁ ଗୌରବ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଅଟେ। କେହି କେହି ବାବାଙ୍କୁ ବିଭ୍ରାନ୍ତ କରୁଛନ୍ତି, ମୋତେ ଉଦ୍ଦେଶ୍ୟମୂଳକ ଭାବେ ବାହାର କରାଯାଇଛି, ପୋଲିସ ବର୍ତ୍ତମାନ ଏହି ଘଟଣାର ସତ୍ୟତା ପ୍ରକାଶ କରିବ ବୋଲି ସେ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share