Categories: ଜାତୀୟ

ବାବା ରାମଦେବ, ଆଚାର୍ଯ୍ୟ ବାଲକ୍ରିଷ୍ଣନଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୩।୮: ଯୋଗ ଗୁରୁ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣନଙ୍କ ଉପରେ ପତଞ୍ଜଳି ଉତ୍ପାଦ ସମ୍ପର୍କରେ ଚାଲିଥିବା ଅବମାନନା ମାମଲାକୁ ସୁପ୍ରିମକୋର୍ଟ ମଙ୍ଗଳବାର ବନ୍ଦ କରିଛନ୍ତି। ପତଞ୍ଜଳି ଦ୍ରବ୍ୟରେ ଚାଲିଥିବା ବିଭ୍ରାନ୍ତିକର ବିଜ୍ଞାପନ ଏବଂ ଔଷଧ ସମ୍ବନ୍ଧୀୟ ଦାବି ସମ୍ବନ୍ଧରେ ଉଭୟ ପକ୍ଷରୁ ଅଣ୍ଡରଟେକିଂ ଦିଆଯାଇଥିଲା ଯାହା କୋର୍ଟ ଗ୍ରହଣ କରିଥିଲେ। ଏହିପରି ଭାବରେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣନ ଦେଶର ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି।

ସୂଚନାଯୋଗ୍ୟ, ଭାରତୀୟ ମେଡିକାଲ ଆସୋସିଏସନ ୨୦୨୨ରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲା। ଏଥିରେ ଆଧୁନିକ ଔଷଧ ବିରୋଧରେ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ଅପମାନଜନକ ମନ୍ତବ୍ୟ ଉଲ୍ଲେଖ କରାଯାଇଥିଲା। ଏହି ଆବେଦନରେ କୁହାଯାଇଛି ଯେ ପତଞ୍ଜଳିର ବିଜ୍ଞାପନରେ ଜୀବନଶୈଳୀ ସମ୍ବନ୍ଧିୟ ବିକାର ଏବଂ ଅନ୍ୟାନ୍ୟ ରୋଗ ପାଇଁ ଚମତ୍କାର ଉପଶମ କରୁଥିବା ‘ଡ୍ରଗ୍ସ ଏବଂ ମ୍ୟାଜିକ ରିମେଡିଜ’ (ଆପତ୍ତିଜନକ ବିଜ୍ଞାପନ) ଅଧିନିୟମ, ୧୯୫୪ ଏବଂ ’ଡ୍ରଗ୍ସ ଏବଂ କସମେଟିକ୍ସ ରୁଲ୍ସ, ୧୯୫୪ ଅନୁଯାୟୀ ଆଇନ ଉଲ୍ଲଂଘନ କରାଯାଇଛି।

Share