
ପୁରୀ,୧୮।୩: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ଭୁବନେଶ୍ବରରୁ ଆସି ପୁରୀରେ ପହଞ୍ଚିଛି। ଆଉ କିଛି ସମୟ ପରେ ପୁରୀ ସ୍ବର୍ଗଦ୍ବାରରେ ପଞ୍ଚଭୂତରେ ବିଲୀନ ହେବେ ଦେବେନ୍ଦ୍ର। ଏନେଇ ଶେଷ ଯାତ୍ରାରେ ସାମିଲ ହେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ହେଲେ ବାବା ରାମଦେବ ମଧ୍ୟ ଦେବେନ୍ଦ୍ରଙ୍କ ଶେଷଯାତ୍ରା ସାମିଲ ହେବା ପାଇ ପୁରୀରେ ପହଞ୍ଚିଛନ୍ତି।
ଦେବେନ୍ଦ୍ର ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ନୂଆଦିଲ୍ଲୀ ସ୍ଥିତ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ଦେହାନ୍ତ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ସମେତ ବହୁ ନେତା ତାଙ୍କ ଶେଷ ଦର୍ଶନ କରିଥିଲେ।