ସୁଶାନ୍ତଙ୍କ ଆତ୍ମାକୁ ଶାନ୍ତି ଦେବାକୁ ପ୍ରାର୍ଥନା କଲେ ବାବା ରାମଦେବ

ନୂଆଦିଲ୍ଲୀ,୧୫।୮: ଯୋଗଗୁରୁ ବାବା ରାମଦେବ ସ୍ବାଧିନତା ଦିବସରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଯେ ଯଜ୍ଞ କରୁଥିବା ଦେଖାଯାଇଛି। ଏହାସହ ବାବା ରାମଦେବ କହିଛନ୍ତି, ନିକଟରେ ମୃତ୍ୟୁ ହୋଇଥିବା ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମାର ଶାନ୍ତି ପାଇଁ ସେ ଏହି ପ୍ରାର୍ଥନା କରୁଛନ୍ତି। ବାବା ରାମଦେବ କହିଛନ୍ତି ସେ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ସହ କଥା ହେଲେ। ଆଉ ଯେଉଁ ଦୁଃଖ ଶୁଣିଲେ ସେଥିରେ ତାଙ୍କ ଲୋମ ଟାଙ୍କୁରି ଉଠିଲା। ଏହାପରେ ପତଞ୍ଜଳୀ ପରିବାର ପକ୍ଷରୁ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଆମେ ଚାହୁଁଛୁ ସୁଶାନ୍ତଙ୍କ ପରିବାରକୁ ନ୍ୟାୟ ମିଳୁ। ସୂଚନାଯୋଗ୍ୟ, ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ସିବିଆଇ ଦ୍ୱାରା ଯାଞ୍ଚ କରାଯାଉଥିଲେ ବି ପ୍ରତିଦିନ ଏହାକୁ ନେଇ କିଛି ନା କିଛି ନୂଆ ଖବର ସାମ୍ନାକୁ ଆସୁଛି। କିଛିଦିନ ହେବ ତାଙ୍କର କିଛି ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜୁନ୍‌ ୧୪ରେ ମୁମ୍ବାଇ, ବାନ୍ଦ୍ରା ସ୍ଥିତ ନିଜଘରେ ସୁଶାନ୍ତଙ୍କ ମୃତହେଦ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଥିଲା। ହେଲେ ଧୀରେ ଧୀରେ ସୋସିଆଲ ମିଡିଆ ମାଧ୍ୟମରେ ଲୋକେ ଏହାର ସିବିଆଇ ଯାଞ୍ଚ ଦାବି କରିଥିଲେ।

Share