Categories: ଫୁରସତ

କାହିଁକି ବିବାହ କରୁନାହାନ୍ତି ବାବା ରାମଦେବ: ମିଳିଥିଲା ଏମିତି ଉତ୍ତର

ସାରା ବିଶ୍ୱରେ ଯୋଗଗୁରୁ ଭାବେ ପସିଦ୍ଧି ଅର୍ଜନ କରିଛନ୍ତି ବାବା ରାମଦେବ। ଖେଳରେ ମଧ୍ୟ ସେ ନିଜ ପାରଦର୍ଶିତା ଦେଖାଇଛନ୍ତି। କୁସ୍ତିଯୋଦ୍ଧାରେ ମଧ୍ୟ ନିଜ ଜଲଓ୍ବା ଦେଖାଇଛନ୍ତି। ସେଲିବ୍ରିଟି ହୋଇଥିବା କାରଣରୁ ସେ ଅନେକ ଷ୍ଟେଜ୍‌ ଶୋ’ରେ ମଧ୍ୟ ଭାଗ ନିଅନ୍ତି। ଏହି କ୍ରମରେ ଥରେ ସେ ଦ କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। କପିଲ ବାବା ରାମଦେବଙ୍କୁ ତାଙ୍କ ବିବାହ ବିଷୟରେ ପ୍ରଶ୍ନ ପଚାରିଥିଲା। ଏହା ଶୁଣି ବାବା କିଛି ସମୟ ପାଇଁ ଚୁପ୍‌ ହୋଇଯାଇଥିଲେ। ଉପସ୍ଥିତ ଦର୍ଶକ ଏହାଶୁଣି ତାଳି ବଜାଇଥିଲେ। କପିଲ କଥାବାର୍ତ୍ତାବେଳେ କହିଥିଲେ, ଆପଣ ଏତେ ଲୋକପ୍ରିୟତା ହାସଲ କରିଛନ୍ତି, ପତଞ୍ଜଳି ୧୦ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରୁଛି। ଲାଗୁନାହିଁ ଆପଣ ଏବେ ସେଟେଲ୍‌ ହୋଇଗଲେଣି,ବିବାହ କରିନେବା ଉଚିତ୍‌ ହେବ। ଏହା ଶୁଣି ରାମଦେବ କହିଥିଲେ, ତୁମ ବିବାହ ହୋଇଗଲାଣି। ମୋର ସେଟେଲ୍‌ ହେବାର ଚିନ୍ତା ନାହିଁ। ମୋତେ ୧୦୦ କୋଟି ଦେଢ ଶହ କୋଟି ଲୋକଙ୍କୁ ସେଟେଲ କରିବାର ଅଛି। ଏହା ଶୁଣି କପିଲ ଚୁପ୍‌ ହୋଇଯାଇଥିଲେ। ରାମଦେବ ଆହୁରି ମଧ୍ୟ କପିଲକୁ କହିଥିଲେ, ତୁମ ଭଳି ଯଦି ମୁଁ ଝିଅ ଚକ୍କରରେ ରହିବି, ତେବେ ଦିନେ ଏକାନ୍ତରେ ବସି ବିରହ ଗୀତ ଗାଇବି ବୋଲି କହିଥିଲେ ଏହା ଶୁଣି ଉପସ୍ଥିତ ଲୋକେ ହସି ହସି ଗଡିଥିଲେ।

Share