ବାବା ସିଂହନାଥ ମହାଦେବ, ମା’ ଭଟାରୀକା ମନ୍ଦିରରେ ପଶିଲା ବନ୍ୟା ଜଳ

ନରସିଂହପୁର,୧୬।୮(ସ୍ବ.ପ୍ର.): କଟକ ଜିଲା ବଡମ୍ବା ଗୋପୀନାଥପୁର ନିକଟ ମହାନଦୀ ମଝିରେ ଥିବା ପାହାଡ଼ରେ ପ୍ରସିଦ୍ଧ ବାବା ସିଂହନାଥ ମହାଦେବଙ୍କ ମନ୍ଦିର ଭିତରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି । ମନ୍ଦିର ସମେତ ପରିସର ବନ୍ୟା ପାଣି ଘେରରେ ରହିଛି। ଫଳରେ ଦୈନନ୍ଦିନ ପୂଜା ରୀତିନୀତିରେ ବ୍ୟତିକ୍ରମ ଦେଖାଦେଇଛି । ସେହିପରି ମହାନଦୀ କୂଳରେ ଥିବା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟାରୀକା ମନ୍ଦିରବେଢାରେ ବନ୍ୟାଜଳ ପ୍ରବେଶ କରିଥିବାରୁ ମା’ଙ୍କ ଚଳନ୍ତି ପ୍ରତିମାକୁ ଉଚ୍ଚସ୍ଥାନକୁ ନେଇ ପୂଜାର୍ଚନା କରାଯାଉଛି। ସେହିଭଳି ନରସିଂହପୁର ବ୍ଲକର ଓଡ଼ସିଙ୍ଗା ଗ୍ରାମ ନିକଟକୁ ମହାନଦୀର ବନ୍ୟାଜଳ ଛୁଇଁଥିବା ବେଳେ ବହୁ ଚାଷ ଜମି ପାଣିରେ ବୁଡି ରହିଛି । ପ୍ରଶାସନ ପକ୍ଷରୁ ତହସିଲଦାର ଆଲୋକ ରଞ୍ଜନ ଦେହୁରୀ ଘଟଣା ସ୍ଥଳ ପରିଦର୍ଶନ କରି ସ୍ଥିତି ଆକଳନ କରିଛନ୍ତି।

ଏପରି କି ବଡମ୍ବା ବ୍ଲକ ଶଙ୍ଖାମେରି ନିକଟ ମହାନଦୀ ମାଳବନ୍ଧରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ବନ୍ୟାଜଳ ଗାଁ ଭିତରକୁ ମାଡି ଆସିଛି। ପାଣି ଘେରରେ ଥିବା ଗ୍ରାମବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଧ୍ୱନୀ ନୃତ୍ୟୋତ୍ସବ ୨୦୨୪ ପାଳିତ

ଭୁବନେଶ୍ଵର,୨୧।୧୨: ଗୁରୁ ଦେବପ୍ରସାଦ ନୃତ୍ୟ ଧାରା, ସିଙ୍ଗାପୁର ପକ୍ଷରୁ ପ୍ରଥମ ଥର ପାଇଁ ଭୁବନେଶ୍ବର ସ୍ଥିତ ଜିକେସିଏମ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନର ଉତ୍କଳ ରଙ୍ଗମଞ୍ଚରେ ନୃତୋତ୍ସବ”...

ଚିଟ୍ ଫଣ୍ଡ ସ୍କାମର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ,୨୪।୧୨: ଏକ ସମୟ ଏପରି ଥିଲା ଯେଉଁ ସମୟରେ ଓଡ଼ିଶାର ପ୍ରତ୍ୟେକ ଲୋକେ ଅଧିକ ଲାଭ ଆଶାରେ ଚିଟ୍ ଫଣ୍ଡରେ ଟଙ୍କା ନିବେଶ କରି ଠକାମିର...

ଚାଷୀଙ୍କ ପାଇଁ ବଡ଼ ଆଶ୍ବସ୍ତି: ଧାନର ମାନ କମ୍‌ ଥିଲେ ବି କିଣିବେ ସରକାର

ଭୁବନେଶ୍ୱର,୨୪।୧୨: ରାଜ୍ୟରେ ଅଦିନିଆ ବର୍ଷ କାରଣରୁ ବିଭିନ୍ନ ଜିଲାରେ ଧାନଚାଷୀମାନେ ସଂକଟରେ ପଡିଛନ୍ତି। ବର୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବା ବେଳେ...

ଧର୍ମେନ୍ଦ୍ରଙ୍କ ସହ ବିଜେଡି ନେତା, ରାଜନୀତିରେ ପୁଣି ଚହଳ!

ଭୁବନେଶ୍ୱର,୨୪।୧୨: ବରିଷ୍ଠ ସାମ୍ବାଦିକ ରୁବେନ ବାର୍ନାଜୀଙ୍କ ବହିରେ ବିସ୍ଫୋରକ ଖୁଲାସା ପରେ ରାଜନୀତିରେ ଚହଳ ପଡିଛି। ପାଣ୍ଡିଆନ ପଜଲ ଶୀର୍ଷକ ନାମକ ଅଧ୍ୟାୟ ଏବେ ସବୁଠି...

ବିଜେଡି ନେତା ଭାଜପା ମୁହାଁ:ଭାଜପାରେ ମିଶିଲେ ୯ ସରପଞ୍ଚ, ୪ ସମିତିସଭ୍ୟ

ଯାଜପୁର/କୋରେଇ (ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪/୧୨:ଗତ ଲୋକ ସଭା ନିର୍ବାଚନରେ ଯାଜପୁର ଆସନର ଫଳାଫଳକୁ ଦେଖିଲେ ଭାଜପା ଓ ବିଜେଡି ମଧ୍ୟରେ ହାରଜିତ୍‌ ବ୍ୟବଧାନ ମାତ୍ର ୦.୧୪%...

କଟକରେ ସ୍ଥାପନ ହେଲା ଅଟଳଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି

କଟକ,୨୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବେଲଭ୍ୟୁ ଛକଠାରେ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ...

ପିସିସି ସଭାପତି ଚୟନକୁ ନେଇ ମୋକିମଙ୍କ ବଡ଼ ବୟାନ

ଭୁବନେଶ୍ୱର,୨୪।୧୨: କଂଗ୍ରେସ ପିସିସି ସଭାପତି ଚୟନ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ ସୋମବାର ଏକ ବଡ଼ ବୟାନ...

ବାଂଲାଦେଶରୁ ଆସିଥିବା ଜାହାଜରେ ସନ୍ଦିଗ୍ଧ ପାରା

ପାରାଦୀପ,୨୪।୧୨: ଜଗତସିଂହପୁର ଜିଲା ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ସୋମବାର ଦୁଇଟି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ବାଂଲାଦେଶରୁ ଆସିଥିବା ଜାହାଜରୁ ଏହି ପାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri