୨୦୨୧ ବର୍ଷ କିପରି କଟିବ, ପୃଥିବୀ ଉପରେ ଆଉ କିଛି ବିପତ୍ତି ଆସିବ କି? ଏହିସବୁ ଆଶଙ୍କାରେ ରହିଛନ୍ତି ଲୋକେ । ଏଭଳି ପରିସ୍ଥିତିରେ ବୁଲଗେରିଆର ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୧କୁ ନେଇ କିଛି ଭବଷ୍ୟବାଣୀ କରିଛନ୍ତି । ସତରେ କଣ ପ୍ରଳୟର ସାମ୍ନା କରିବ ସାରା ବିଶ୍ୱ । ବାବା ଭେଙ୍ଗାଙ୍କ ଦ୍ୱାରା ରଚିତ ପୁସ୍ତକରେ ଉଲ୍ଲେଖ ରହିଛି ଯେ ୨୦୨୧ ବର୍ଷରେ ବି ପୁଣି ନୂଆ ନୂଆ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇପାରେ । ବାବା ଭେଙ୍ଗାଙ୍କ ବହୁ ଭବିଷ୍ୟବାଣୀ ପୂର୍ବରୁ ସତ୍ୟରେ ପରିଣତ ହୋଇଛି ।