ପୁଣି ସତ ହେଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଟ୍ରମ୍ପଙ୍କୁ ନେଇ କହିଥିଲେ ଏମିତି…

ଓ୍ବାଶିଂଟନ୍‌,୧୪।୭: ପେନସିଲଭାନିଆରେ ଏକ ରାଲିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ସମଗ୍ର ବିଶ୍ୱକୁ ଚକିତ କରିଛି। ଯଦିଓ ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ, କିନ୍ତୁ ଟ୍ରମ୍ପଙ୍କ ଉପରେ ଆକ୍ରମଣ ପରେ ବର୍ତ୍ତମାନ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପୁଣି ଚର୍ଚ୍ଚାକୁ ଆସିଛି। ଯେଉଁଥିରେ ସେ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ କହି ସାରିଛନ୍ତି। ଟ୍ରମ୍ପଙ୍କ ଉପରେ ଆକ୍ରମଣ ହେବା ନେଇ ପୂର୍ବାନୁମାନ କରିଥିଲେ ବାବା ଭେଙ୍ଗା। ବର୍ତ୍ତମାନ ଶତପ୍ରତିଶତ ସତ ହୋଇଛି।
ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣର ପୂର୍ବାନୁମାନ କରି ବାବା ଭେଙ୍ଗା ପୁଣି ଥରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀରେ କହିଥିଲେ, ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବିପଦରେ ପଡ଼ିବ। ବୁଲଗେରିଆର ଜଣେ ଅନ୍ଧ ବ୍ୟକ୍ତି ବାବା ଭେଙ୍ଗା ଅନେକ ପ୍ରସଙ୍ଗକୁ ନେଇ ଭବିଷ୍ୟବାଣୀ କରିଛନ୍ତି, ଯାହା ଅନେକ ସମୟରେ ସତ ହୋଇଛି।
ପେନସିଲଭାନିଆରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ଡୋନାଲ୍ଡ ଟ୍ରମ୍ପ ଜଣେ ୨୦ ବର୍ଷ ବୟସ୍କ ଯୁବକଙ୍କ ଦ୍ୱାରା ଗୁଳି ଚଳାଇଥିଲେ। ତେବେ ଟ୍ରମ୍ପ ଏହି ଆକ୍ରମଣରୁ ରକ୍ଷା ପାଇଥିଲେ।

Share