‘ବାବା ଥିଲେ ବହୁତ ଖୁସି ହୋଇଥାନ୍ତେ’

ଓଡ଼ିଆ ପୁଅ ପ୍ରେମ ପରିଜାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଭୁବନେଶ୍ୱରର ସେଣ୍ଟ ଜୋସେଫ ସ୍କୁଲରେ ଅଧ୍ୟୟନ ପରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରୁ ସେ ଆରମ୍ଭ କରିଥିଲେ ବଲିଉଡ୍‌ର ଯାତ୍ରା। ନାଟକରେ ମଧ୍ୟ ପ୍ରେମଙ୍କର ରହିଛି ବେଶ୍‌ ଦଖଲ। ଦିଲ୍ଲୀ ହଂଶରାଜ କଲେଜର ଡ୍ରାମାଟିକ ସୋସାଇଟି ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ନାଟକରେ ସେ ଅଭିନୟ କରିଛନ୍ତି। ଜଣେ ସହନିର୍ଦ୍ଦେଶକ ଭାବେ ବଲିଉଡ୍‌ରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଚଳଚ୍ଚିତ୍ର ‘ୱେଲ୍‌କମ୍‌ ଟୁ କରାଚୀ’, ‘ସତ୍ୟମେବ ଜୟତେ’, ‘ବାଜାର’, ନେଟ୍‌ଫ୍ଲିକ୍ସର ହଲିଉଡ ସିରିଜ୍‌ ‘ସେନ୍ସ ୮’ ଏବଂ ‘ବାଟ୍‌ଲା ହାଉସ’ରେ ପରଦା ପଛରେ କାମ କରିଛନ୍ତି ପ୍ରେମ। ଅଗଷ୍ଟ ୧୧ରେ ଡିଜ୍‌ନି+ ହଟ୍‌ଷ୍ଟାର ଓଟିଟି ପ୍ଲାଟ୍‌ଫର୍ମରେ ତାଙ୍କ ଅଭିନୀତ ଆକ୍ସନ-ଥ୍ରୀଲର ୱେବ୍‌ସିରିଜ୍‌ ‘କମାଣ୍ଡୋ’ ରିଲିଜ ହୋଇସାରିଛି। ଶନିବାର ସେ ଭୁବନେଶ୍ୱର ଆସିଥିବାବେଳେ ତାଙ୍କ ସହ ଧରିତ୍ରୀ ପକ୍ଷରୁ ସ୍ବତନ୍ତ୍ର ସାକ୍ଷାତ୍‌କାର।
– ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ

ବଲିଉଡ୍‌କୁ ଯାତ୍ରା କିଭଳି ଥିଲା?
୧୧ବର୍ଷ ବସୟରେ ଡିସାଇଡ୍‌ କରିଥିଲି ଯେ, ମୋତେ ଅଭିନେତା ହେବାର ଅଛି। ଆଉ ଖୁସିର କଥା କି ସେ ବୟସରୁ ମୋ ଘର ଲୋକ ମୋ କଥାକୁ ଗୁରୁତ୍ୱ ଦେଇଥିଲେ। ମୋତେ କେହି କେବେ ମନା କରି ନ ଥିଲେ। ସ୍କୁଲ ପାଠପଢ଼ା ପରେ ଦିଲ୍ଲୀରେ ନାଟକ ବିଭାଗରେ ପାଠପଢ଼ିଲି। ସେଠାର ଥିଏଟର୍‌ କଲ୍‌ଚର ବହୁତ ଭଲ। ୨୦୧୩ରେ ବମ୍ବେ ଗଲା ପରେ ଭାବିଲି ମୁଁ ଏବେ ଫିଲ୍ମରେ ସୁଯୋଗ ପାଇଯିବି। କିନ୍ତୁ ସେମିତି ହେଲାନି। ବହୁତ ବର୍ଷ ପରଦା ପଛରେ କାମ କଲି। ଦୀର୍ଘ ୧୦ ବର୍ଷ ପରେ ପରଦା ଆଗକୁ ଆସିବାର ସୁଯୋଗ ମିଳିଲା, ପିଲାବେଳର ନିଷ୍ପତ୍ତି ଆଜି ସାକାର ବି ହେଲା। ‘କମାଣ୍ଡୋ’ ପାଇଁ ୧୧ହଜାରରୁ ଊର୍ଦ୍ଧ୍ୱ କଣ୍ଟେଷ୍ଟାଣ୍ଟ ଥିଲେ। ଯେତେବେଳେ ପ୍ରଯୋଜକ ବିପୁଲ ଅମୃତଲାଲ ଶାହ ସାର୍‌ ମୋତେ ଡାକି କହିଲେ, ପ୍ରେମ ତୁମେ କମାଣ୍ଡୋ କରୁଛ, ସେବେ ମୁଁ ପୂରା ଆଶ୍ଚର୍ଯ୍ୟ ହୋଇଥିଲି। ଖୁସିରେ ଲୁହ ଆସିଗଲା। ସତରେ ଏମିତି ଏକ ବଡ଼ ସୁଯୋଗ ମିଳିବ ବୋଲି ଆଜି ବି ବିଶ୍ୱାସ କରିପାରୁନି।
ପୂର୍ବରୁ ସୈନିକଙ୍କ କାହାଣୀ ବା ଯୁଦ୍ଧକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି। ଆପଣଙ୍କ ଅଭିନୀତ ଚଳଚ୍ଚିତ୍ରରୁ ଦର୍ଶକ କ’ଣ ନୂଆ ପାଇପାରିବେ ବୋଲି ଭାବୁଛନ୍ତି?
– ପ୍ରଥମ କଥା କମାଣ୍ଡୋ ଭିରାଟର ଚରିତ୍ର ଆଗରୁ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକଠାରୁ ଭିନ୍ନ। କେବଳ ଆକ୍ସନ ନୁହେଁ, ତା’ର ଇମୋଶନାଲ ପାର୍ଟ ଏଠାରେ ଦେଖିବାକୁ ମିଳିବ। ତାଙ୍କ ମା’ଙ୍କ ସହ, ଫିଆନ୍ସେ ଓ ବନ୍ଧୁମାନଙ୍କ ସହ ସମ୍ପର୍କ ଏହି ସିରିଜ୍‌ରେ ଦର୍ଶକଙ୍କୁ ଭଲ ଲାଗିବ।
ସିରିଜ୍‌ରେ ଆପଣଙ୍କୁ କେଉଁ ପାର୍ଟ ବେଶି ଭଲ ଲାଗିଛି?
କ୍ଲାଇମାକ୍ସ।
ସିରିଜ୍‌ ରିଲିଜ୍‌ ପରେ ଘର ଲୋକଙ୍କ ପ୍ରତିକ୍ରିୟା କିଭଳି ଥିଲା?
ଘରେ ସମସ୍ତେ ଖୁସିରେ କାନ୍ଦୁଥିଲେ। ବାବା ଥିଲେ ବହୁତ ଖୁସି ହୋଇଥାନ୍ତେ। ତାଙ୍କୁ ମୁଁ ବହୁତ ମିସ୍‌ କରୁଛି।
ବଲିଉଡ୍‌ରେ ନୋପଟିଜମ୍‌ ହୁଏ ବୋଲି ଶୁଣିବାକୁ ମିଳିଥାଏ। ଆପଣ ସାମ୍ନା କରିଛନ୍ତି?
ନୋପଟିଜମ୍‌ କେଉଁଠି ବା ନାହିଁ। କିନ୍ତୁ ଟ୍ୟାଲେଣ୍ଟ ବୋଲି ଗୋଟିଏ ଜିନିଷ ସବୁବେଳେ ରହିଛି ଆଉ ରହିବ। କିଛି ନେପୋଟିଜମ୍‌ରେ ସୁଯୋଗ ପାଇଥାନ୍ତି, କିନ୍ତୁ ଯିଏ ଟ୍ୟାଲେଣ୍ଟ ପାଇଁ ଆଗକୁ ବଢ଼େ ସେ ଦର୍ଶକଙ୍କ ନିକଟତର ହୋଇପାରନ୍ତି। ସମ୍ମାନ ବି ମିଳେ। କଷ୍ଟ କଲେ କୃଷ୍ଣ ମିଳେ। ଆଉ ଯଦି ବଲିଉଡ୍‌ରେ ଆଗକୁ ବଢ଼ିବାର ଅଛି ତା’ହେଲେ କଷ୍ଟ ତ ନିହାତି କରିବାକୁ ପଡ଼ିବ। କିନ୍ତୁ ମୁଁ ଏସବୁ କେବେ ଭାବିନି। ମୋ କାମ ପ୍ରତି ମୁଁ ସବୁବେଳେ ଧ୍ୟାନ ଦେଇଥାଏ। ଭଗବାନ ସାଙ୍ଗରେ ଥିଲେ ସବୁ ହୋଇଯିବ।
ସହ ଅଭିନେତ୍ରୀ ଅଦା ଶର୍ମାଙ୍କ ସହ ପ୍ରଥମ ପ୍ରୋଜେକ୍ଟର ଅନୁଭୂତି କିପରି ରହିଲା?
ଅଦାଙ୍କ ପରି ଜଣେ ବହୁତ ଭଲ କୋ ଷ୍ଟାର୍‌ ପ୍ରଥମ ପ୍ରୋଜେକ୍ଟରେ ମିଳିବା ନିହାତି ଭାବେ ଖୁସିର କଥା। ସେ କେବେ ଜଣେ ଆଗଧାଡ଼ିର ଅଭିନେତ୍ରୀ ଭଳି ମିଶନ୍ତିନି। ସେ ପୂରା ଛୁଆ ବେଳର ସାଙ୍ଗ ଭଳି ମିଶନ୍ତି। ଯେମିତି ମୁଁ ଗୋଟେ ବଡ଼ ଷ୍ଟାର୍‌, ସେଭଳି ଅନୁଭବ କରାନ୍ତି।
ବଲିଉଡ୍‌ରେ ଯିବାକୁ ଚାହୁଁଥିବା ଯୁବପିଢ଼ିଙ୍କୁ କ’ଣ କହିବାକୁ ଚାହିଁବେ?
-କଷ୍ଟ କର, ଟ୍ରେନିଂ ନିଅ, ପ୍ରାକ୍ଟିସ୍‌ କର। କାରଣ ଆମ ଭଳି ଆଉଟ୍‌ ସାଇଡର୍‌ଙ୍କ ପାଇଁ ସବୁକିଛି ଜଣାଥିବା ଆବଶ୍ୟକ। ସେ ଆକ୍ସନ ହେଉ କି ଡ୍ୟାନ୍ସ, ଅବା ଆଉ କିଛି। ଭଗବାନ ଯେତେବେଳେ ଲକ୍‌ର ସାଥ୍‌ ଦେବାକୁ ଚାହିଁବେ ସେତେବେଳେ ବାସ୍‌ ପ୍ରସ୍ତୁତ ରହିଥିବା ଦରକାର।
ଘରକୁ ବହୁତ କମ୍‌ ଆସନ୍ତି। ଏମିତି କାହିଁକି?
ଘରକୁ ଆସିବାକୁ ତ ସବୁବେଳେ ଇଚ୍ଛା ଥାଏ। ‘କମାଣ୍ଡୋ’ ଯଦି ସୁପରହିଟ୍‌ ହେଲା, ଆଉ ମୋ ପାଖେ ପଇସା ରହିଲା ତାହାଲେ ମୁଁ ସବୁ ସପ୍ତାହରେ ଘରକୁ ଆସିବି। ଆଉ ସେମିତିରେ ସମୟ ବି କମ୍‌ ମିଳେ। ପାଠ ପଢ଼ିବା ବେଳେ ପ୍ରାୟ ଆସୁଥିଲି। ତା’ଛଡା ଘରକୁ ଆସିଲେ ଗୋଟେ କମ୍ଫର୍ଟ ମାଇଣ୍ଡ୍‌ ସେଟ୍‌ ହୋଇଯାଏ; ଯାହା କାମରେ ଡିଷ୍ଟ୍ରାକ୍ସନ ଆଣେ।
କ’ଣ ଖାଇବାକୁ ଭଲ ପାଆନ୍ତି?
-ବଟର ଚିକେନ୍‌ ବେଶି ପ୍ରିୟ। ମାଂସ କଷା, ଇଲିଶି ମାଛ ଆଉ ବଡ଼ିଚୂରା ବି ବହୁତ ଭଲ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri